ଦେଶନ୍ୟୁଜ୍ବିଦେଶରାଜ୍ୟସ୍ପେଶାଲ୍ ରିପୋର୍ଟ

ହ୍ବାଟସଆପକୁ ଟକ୍କର ଦେବ ସ୍ବେଦେଶୀ ଜ୍ଞାନକୌଶରେ ନିର୍ମିତ ‘ସନ୍ଦେଶ’

ସତ୍ୟଶିଖା (ନୂଆଦିଲ୍ଲୀ) ୧୦/୦୨/୨୦୨୧ : ଭାରତ ସରକାର ଆତ୍ମନିର୍ଭର ଭାରତକୁ ଗୁରୁତ୍ବ ଦେଉଥିବା ବେଳେ ସ୍ବଦେଶୀ ଜିନିଷକୁ ପ୍ରୋତ୍ସାହିତ କରୁଛନ୍ତି । ହ୍ବାଟସଆପକୁ ଟକ୍କର ଦେବା ପାଇଁ କେନ୍ଦ୍ର ସରକାର ଏକ ମେସେଜିଂ ଆପ୍ ‘ସନ୍ଦେଶ’ ଲଞ୍ଚ କରିଛନ୍ତି। ତେବେ ବର୍ତ୍ତମାନ ଏହା ସରକାରୀ କର୍ମଚାରୀଙ୍କ ପାଇଁ ବ୍ୟବହୃତ ହେବ । ପରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ । ୨୦୨୦ ମସିହାରେ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ଘୋଷଣା କରିଥିଲେ ଯେ, ଖୁବ୍ ଶୀଘ୍ର ଆମେ ହ୍ବାଟସଆପକୁ ଟକ୍କର ଦେଲା ଭଳି ଏକ ଆପକୁ ଆପ୍ ଲଞ୍ଚ କରିବୁ । ଯାହା ବର୍ତ୍ତମାନ ମଧ୍ୟ ଦୃଶ୍ୟମାନ ହୋଇଛି । ଅଫିସିଆଲ୍ ୱେବସାଇଟ୍ GIMS.gov.in ପରିଦର୍ଶନ କରି ଆପଣ ଏହି ଆପ୍ ବିଷୟରେ ସୂଚନା ପାଇପାରିବେ ।

ଯେତେବେଳେ ଆପଣ GIMS.gov.inକୁ ଯିବେ, ଆପଣ ଏହି ସନ୍ଦେଶ ଆପକୁ କିପରି ସାଇନ୍ ଇନ୍ କରିବେ । ପରେ ଗୋପନୀୟତା ନୀତି ଏବଂ ଓଟିପି ସମ୍ବନ୍ଧୀୟ ସୂଚନା ପାଇବେ । ଏହି ସରକାରୀ ଚାଟିଂ ଆପକୁ ସରକାରୀ ଇନଷ୍ଟାଣ୍ଟ ମେସେଜିଂ ସିଷ୍ଟମ କୁହାଯିବ । ସରକାର ଏହି ଆପକୁ ସାଧାରଣ ନାଗରିକଙ୍କ ନିକଟରେ ଖୁବ ଶୀଘ୍ର ଉପଲବ୍ଧ କରାଇବାକୁ ଯାଉଛନ୍ତି । ବର୍ତ୍ତମାନ କେବଳ କିଛି ଅଧିକାରୀ ବ୍ୟବହାର କରିପାରିବେ । ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଫୋନ୍ ପ୍ଲାଟଫର୍ମ ପାଇଁ ମେସେଜିଂ ଆପ୍ ଅଣାଯିବ । ଅନ୍ୟ ଆପ୍ ପରି ହେବ । କିନ୍ତୁ କୋଟି କୋଟି ଲୋକ ଭାରତରେ ହ୍ବାଟସଆପ୍ ବ୍ୟବହାର କରନ୍ତି । ସେମାନେ ଏହାକୁ କିପରି ଗ୍ରହଣ ତାହା ଉପରେ ନଜର ରହିଛି ।

ହ୍ବାଟସଆପ୍ ଗୋପନୀୟତା ସମ୍ବନ୍ଧରେ ବ୍ୟାକଫୁଟରେ ଅଛି । କମ୍ପାନୀ ସାରା ବିଶ୍ୱରେ ବିରୋଧର ସମ୍ମୁଖୀନ ହୋଇଛି । ସେଥିପାଇଁ ଗୋପନୀୟତାକୁ ମଜବୁତ କଲେ ଏହି ‘ସନ୍ଦେଶ’ ଆପ ଲୋକଙ୍କୁ ଆକର୍ଷିତ କରିବାରେ ସକ୍ଷମ ହୋଇପାରେ । ଏହି ମେସେଜ୍ ଆପରେ ଅଶୋକା ଚକ୍ରର ସଦୃଶ ଏକ ଚିତ୍ର ଦେଖିବାକୁ ମିଳୁଛି । ଏହାର ତିନୋଟି ରଙ୍ଗ ଅଛି । ଯାହା ତ୍ରିରଙ୍ଗାର ରଙ୍ଗ ସହ ସାମାନ। ଇଲେକ୍ଟ୍ରୋନିକ୍ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଜାତୀୟ ସୂଚନା କେନ୍ଦ୍ର ଦ୍ୱାରା ଏହି ଆପ୍ ପରିଚାଳିତ ହେବ ।

Show More
Back to top button