ରାଜନୀତି

ରଥଯାତ୍ରା ବନ୍ଦ, ପ୍ରଭୁଙ୍କ ଇଚ୍ଛାକୁ ସମସ୍ତ ଅପେକ୍ଷା : ଧର୍ମେନ୍ଦ୍ର

ଭୁବନେଶ୍ୱର(ସତ୍ୟଶିଖା): ଚଳିତବର୍ଷ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାପରେ ରାଜ୍ୟରେ ରାଜନୀତିକ ବୟାନବାଜି ଜାରି ରହିଛି। ଶାସକ ବିଜେଡି ମାପିଚୁପି କଥାବାର୍ତ୍ତା କରୁଥିବାବେଳେ ଆଜି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି।
ରାଜ୍ୟ ବିଜେପିର ଭର୍ଚୁଆଲ କୃଷକ ସମ୍ବାଦ ରାଲିକୁ ସମ୍ବୋଧନ କରିବାବେଳେ ଶ୍ରୀ ପ୍ରଧାନ କହିଥିଲେ ଯେ, କରୋନା ପ୍ରକୋପ ଯୋଗୁ ସ୍ୱାଭାବିକ ଭାବେ ରଥଯାତ୍ରା ହେବା ସମ୍ଭବପର ନୁହେଁ। ଏହା ସବୁ ଓଡ଼ିଆ ଓ ଜଗନ୍ନାଥପ୍ରେମୀଙ୍କ ମନରେ ଦୁଃଖ ଓ କଷ୍ଟ ଅଛି। ତେବେ ସୋମବାର ସର୍ବୋଚ୍ଚ କୋର୍ଟରେ ଏନେଇ କିଛି ରାୟ ଆସିପାରେ। ସୋମବାର ପ୍ରଭୁଙ୍କ ଇଚ୍ଛାକୁ ସମସ୍ତଙ୍କ ଅପେକ୍ଷା ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

[ad_2]
Show More
Back to top button