ଆସନ୍ତାକାଲି ଭାରତ ବନ୍ଦ କଣ ରହିବ ଖୋଲା କେଉଁ ସୁବିଧା ଉପରେ ପଡିବନି ପ୍ରଭାବ

ସତ୍ୟଶିଖା(ନୂଆଦିଲ୍ଲୀ) ୦୭/୧୨/୨୦୨୦ : ଦେଶରେ ନୂଆ କୃଷି ଆଇନ୍କୁ ଜୋରଦାର ବିରୋଧ ଜାରି ରହିଛି । ଦେଶର ବିଭିନ୍ନ କୃଷକ ସଂଗଠନ ତରଫରୁ ଆସନ୍ତା ୮ ତାରିଖରେ ଭାରତ ବନ୍ଦ ଡ଼ାକରା ଦେଇଛନ୍ତି। ଗତ ୧୧ଦିନ ହେଲା ରାଜଧାନୀରେ ବିଭିନ୍ନ କୃଷକ ସଂଗଠନମାନେ ସରକାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି । ସରକାର ଓ କୃଷକଙ୍କ ମଧ୍ୟରେ ୫ମ ଥର ପାଇଁ ବୈଠକ ବସି ସାରିଲାଣି, କିନ୍ତୁ କୌଣସି ସୁଫଳ ମିଳୁନାହିଁ । ଡିସେମ୍ବର ୯ରେ ଆଗାମୀ ବୈଠକ ବସିବ । ଭାରତ ବନ୍ଦ ଡାକରା ସମୟରେ କଣ କଣ ଖୋଲାରହିବ , ଏବଂ କଣ କଣ ବନ୍ଦ ରହିବ ତାହା ଜାଣିବା ଦରକାର । ତେବେ ଆସନ୍ତୁ ଜାଣିବା ଭାରତ ବନ୍ଦ ସମୟରେ କଣ କଣ ସେବା ଜାରି ରହିବ , ଏବଂ କଣ ବନ୍ଦ ରହିବ ।

କୃଷକ ସଂଗଠନ ପକ୍ଷରୁ ଡକାଯାଇଥିବା ଭାରତ ବନ୍ଦକୁ ଦେଶର ୧୧ଟି ରାଜନୈତିକ ଦଳ ସମର୍ଥନ କରୁଛନ୍ତି । ଏହି ସବୁ ଦଳ ମଧ୍ୟରେ କଂଗ୍ରେସ, ଆରଜେଡ଼ି, ଟିଏମ୍ସି, ସମାଜବାଦୀ ପାର୍ଟି, ଆମ୍ ଆଦମୀ ପାର୍ଟି, ଟିଆର୍ଏସ୍, ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି । ଏପରିକି ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟିର ନେତା N.D.Aକୁ ସମର୍ଥନ ନେଇ ୮ ପରେ ନିଷ୍ପତ୍ତି ନେବେ ବୋଲି ମଧ୍ୟ କହିସାରିଛନ୍ତି ।କୃଷକଙ୍କ ମଧ୍ୟରୁ ରବିବାର ଦିନ ବନ୍ଦ ନେଇ ସୂଚନା ଦିଆଯାଇଛି । ଭାରତ ବନ୍ଦ ଦିନ ସକାଳ ୮ଟାରୁ ସଂଧ୍ୟା ପର୍ଯ୍ୟନ୍ତ ଦେଶବ୍ୟାପୀ ବନ୍ଦ ପାଳନ କରାଯିବ । ସକାଳ ୮ଟାରୁ ଦ୍ୱୀପହର ୩ଟା ପର୍ଯ୍ୟନ୍ତ ପୁରା ଚକା ଜାମ୍ ରହିବ । ତେବେ ବନ୍ଦରେ କେତେକ ସେବାକୁ ପ୍ରତିରୋଧ କରାଯିବନି । ଯେପରି ଜରୁରୀ ସେବାକୁ କୌଣସି ରୋକ୍ ଲଗା ଯିବନାହିଁ । ଆମ୍ବୁଲାନ୍ସ ସେବାକୁ କୌଣସି ସ୍ଥାନରେ ରୋକ ଯିବନାହିଁ । ଏହାସହିତ ବିବାହ ପାଇଁ ଯାଉଥିବା ଗାଡିକୁ ଭାରତ ବନ୍ଦ ସମୟରେ ନଅଟକାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।କୃଷକ ସଂଗଠନ ପକ୍ଷରୁ ଭରତ ବନ୍ଦ ଦିନ କ୍ଷୀର, ଫଳ ଏବଂ ପନିପରିବାର ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଡିସେମ୍ବର ୮ରେ ଏପରି କୌଣସି ସେବା ପାଇପାରିବେ ନାହିଁ। ଦିଲ୍ଲୀରେ ବିରୋଧ କରିବାକୁ ଆସିଥିବା କୃଷକଙ୍କ ରବିବାର ହେଉଛି ଏକାଦଶ ଦିନ। ଡିସେମ୍ବର ୮ରେ କୃଷକମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ସହ କୃଷକ ସଂଗଠନର ୫ମ ଥର ବୈଠକ ହୋଇସାରିଛି । ଆଗାମୀ ପର୍ଯ୍ୟନ୍ତ ବୈଠକ ଆସନ୍ତା ୯ ଡିସେମ୍ବରରେ ବସିବାକୁ ଯୋଜନା ରହିଛି ।

Exit mobile version