ସତ୍ୟଶିଖା (ଭୁବନେଶ୍ୱର )୦୩.୧୧.୨୦୨୩ : ଭିଟାମିନ୍ ‘ଡି’ ହେଉଛି ଏକ ଅତ୍ୟାବଶ୍ୟକ ପୁଷ୍ଟିକର । ଶରୀରକୁ ସୁସ୍ଥ ରଖିବାକୁ ହେଲେ ଭିଟାମିନ୍ ‘ଡି’ ର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ଯାହା ଆପଣଙ୍କ ଶରୀର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ପାଇଁ ଆବଶ୍ୟକ କରେ । ମଜବୁତ ହାଡ ଗଠନରେ ଏହା ସହାୟ ହୋଇଥାଏ ।
ଭିଟାମିନ୍ ‘ଡି’ ଅଭାବର ଲକ୍ଷଣ
- ଭଲ ଭାବରେ ନିଦ ନ ହେବା
- ହାଡ, ଗଣ୍ଠି ଆଦି ବ୍ୟଥା ହେବା
- ଡିପ୍ରେସନରେ ବା ଅନେକାଂଶ ସମୟରେ ମୁଡ୍ ଖରାପ ରହିବା
- ମାଂସପେଶୀ ଦୁର୍ବଳ ଲାଗିବା
- ଶୁବ ଶୀଘ୍ର ରୋଗରେ ପୀଡିତ ହେବା
- କେଶ ଝଡିବା
- ଘା ଶୀଘ୍ର ଭଲ ନହେବା
ଆହୁରି ପଢନ୍ତୁ: ୫୦ ଡେଇଁଲେ ମହିଳାଙ୍କୁ ଘାରେ ଏହି ରୋଗର ଚିନ୍ତା !
କେଉଁଥିରେ ଭିଟାମିନ୍ ଡି ଥାଏ
- ଭିଟାମିନ୍ ‘ଡି’ ପାଇଁ ସବୁଠୁ ବଡ ପ୍ରାକୃତିକ ଉତ୍ସ ହେଉଛି ସୂର୍ଯ୍ୟକିରଣ
- ଚର୍ବିଯୁକ୍ତ ମାଛ ଏବଂ ସାମୁଦ୍ରିକ ଖାଦ୍ୟ ଖାଆନ୍ତୁ
- ଅଧିକ ଛତୁ ଖାଇପାରିବେ
- ଅଣ୍ଡାର ହଳଦିଆ ଅଂଶ ଖାଇପାରିବେ
- ଡାକ୍ତରଙ୍କ ପରାମର୍ଶରେ ଭିଟାମିନ ଡି ମେଡିସିନ ମଧ୍ୟ ଖାଇପାରିବେ
- ସେହିପରି କମଳା ରସ, ଦହି,ଦୁଗ୍ଧ,ସୋୟା ଇତ୍ୟାଗି ଖାଇପାରିବେ ।
- କଲିଜା, ରେଡ୍ ମିଟ୍ ,ସାଲମନ ଆଦିରେ ମଧ୍ୟ ଭିଟାମିନ୍ ‘ଡି’ ପ୍ରଚୁର ପରିମାଣରେ ଥାଏ ।
ଯଦି ଆପଣ ଦୀର୍ଘ ସମୟ ପର୍ଯ୍ୟ ରୋଗରୁ ଦୂରେଇ ରହିବାକୁ ଚାହୁଁଛନ୍ତି ତେବେ ଅନ୍ୟ ଭିଟାମିନ ଭଳି ଭିଟାମିନ୍ ‘ଡି’ କୁ ଖାଦ୍ୟରେ ସାମିଲ୍ କରନ୍ତୁ ।