ସତ୍ୟଶିଖା(ଭୁବନେଶ୍ୱର) ୧୫.୧୧.୨୦୨୩ : ଆମ ଦୈନଦିନ ଖାଦ୍ୟ ତାଲିକାରେ ଟମାଟର ଏକ ମୁଖ୍ୟ ପରିବା. କାରଣ ଯେକୌଣସି ତରକାରୀରେ ଟମାଟର ପଡିଲେ ତା’ର ସ୍ବାଦ ଦୁଇଗୁଣା ହୋଇଯାଏ . ସେ ସାଲାଡ କଥା କୁହନ୍ତୁ କି କୌଣସି ସାଧା ତରକାରୀ . ଟମାଟର ସବୁଥିରେ ଜରୁରୀ. ହେଲେ ଟମାଟର ଦର ଯେପରି ଆକାଶଛୁଆଁ ହେଲାଣି ଗୋଟେ ସାଧାରଣ ଗ୍ରାହକ ପକ୍ଷେ ପ୍ରତିଦିନ ଟମାଟର କିଣିବା ନିହାତି ଅସମ୍ଭବ. ଦେଶର ଅନେକ ସ୍ଥାନରେ ଟମାଟର କିଲୋପିଛା ୧୫୦ ଟଙ୍କା ଛୁଇଁଲାଣି. ଏମିତି ପରିସ୍ଥିତିରେ ଆମେ ଆପଣଙ୍କୁ ଆଜି ଟମାଟରର କିଛି ବିକଳ୍ପ ପରିବା କହିବୁ, ଯେଉଁଥିରେ ଆପଣ ଟମାଟର ଭଳି ସ୍ବାଦ ପାଇପାରିବେ. ଆସନ୍ତୁ ଜାଣିବା କଣ ଏହି ବିକଳ୍ପ , ଯାହା ଆପଣଙ୍କ ସ୍ବାଦକୁ ଦୁଇଗୁଣା କରିବ…
କଖାରୁ ରୁହନ୍ତୁ, କଖାରୁ ନାଁ ଶୁଣି ଆପଣ ବୋଧେ ବିରକ୍ତ ହୋଇଯିବେ. କାରଣ କଖାରୁ ଅଧିକାଂଶ ଲୋକଙ୍କର ପସନ୍ଦ ନଥାଏ. କିନ୍ତୁ କଖାରୁରେ ଆପଣ କିପରି ଟମାଟର ଭଳି ସ୍ବାଦ ପାଇ ପାରିବେ, ତାହା ଆମେ ଆପଣଙ୍କୁ କହିବୁ.
କଖାରୁକୁ ଆପଣ ଟମାଟର ଭଳି ପ୍ୟୁରି କରି ବ୍ୟବହାର କରିପାରିବେ. ଏଥିପାଇଁ ଆପଣ ପ୍ରଥମେ କଖାରୁକୁ ଛୋଟ ଛୋଟ ପିସ କରି କାଟିଦେବେ. ଏବଂ ଏହାକୁ ଫ୍ରାଏ କରିଦେବେ . ଏହାପରେ ଏଥିରେ ଟମାଟର ଭଳି ସ୍ବାଦ ଆଣିବା ପାଇଁ ଏଥିରେ ଭିନେଗାର ଏବଂ ଶୁଖିଲା ଲଙ୍କା କିମ୍ବା କଞ୍ଚା ଲଙ୍କା ମିଶାଇ ଗ୍ରାଇଣ୍ଡ କରିଦେବେ. ଦେଖିବେ ଏହା ଆପଣଙ୍କୁ ଟମାଟର ପ୍ୟୁରି ଭଳି ସ୍ବାଦ ଦେବ. କଖାରୁରେ ଥିବା ଭିଟାମିନ ସି, ଭିଟାମିନ ଇ ଏବଂ ଆଇରନ ସ୍ବାସ୍ଥ୍ୟ ପାଇଁ ବେଶ ଲାଭଦାୟକ.
ଇମଲୀ
ଟମାଟର ଭଳି ଖଟାଅଂଶ ପାଇବା ପାଇଁ ଆପଣ ଏହାର ବିକଳ୍ପ ଭାବେ ତେନ୍ତୁଳୀକୁ ବ୍ୟବହାର କରିପାରିବେ . ତେନ୍ତୁଲୀର ରସକୁ ଆପଣ ଡାଲୀ ହେଉ କିମ୍ବା ତରକାରୀରେ ଅଳ୍ପ ପରିମାଣରେ ପକାଇ ପାରିବେ. ଯାହା ଆପଣଙ୍କୁ ହାଲକା ଖଟା ଲାଗିବା ସହ ସ୍ବାଦିଷ୍ଟ ଲାଗିବ. ଏବଂ ତେନ୍ତୁଲୀରେ ଥିବା କ୍ୟାଲସିୟମ ଶରୀରର ହାଡ ସୁରକ୍ଷିତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ.
ଦହି
ଟମାଟର ସ୍ଥାନରେ ଦହି ହେଉଛି ସବୁଠୁ ସର୍ବୋତ୍ତମ ବିକଳ୍ପ. ଏହାକୁ ଆପଣ ଭଲ ଭାବରେ ଫେଣ୍ଟି ତରକାରୀରେ ଶେଷରେ ପକାଇବେ. ଯାହାଦ୍ବାରା ଦହି ଫାଟିବାର ସମ୍ଭାବନା ଖୁବ କମ ଥାଏ. ଏବଂ ତରକାରୀର ସ୍ବାଦ ଦ୍ବିଗୁଣିତ ହୋଇଥାଏ . ଏବଂ ହାଇ ବ୍ଲଡ ପ୍ରେସର କମ କରିବା ପାଇଁ ଦହି ହେଉଛି ଏକ ଉତ୍ତମ ପାନୀୟ.
ତେବେ ଆଉ ଅପେକ୍ଷା କାହିଁକି, ଟମାଟରର ବିକଳ୍ପ ଗୁଡିକ ବ୍ୟବହାର କରନ୍ତୁ. ଏବଂ ତରକାରୀରେ ଦୁଇଗୁଣା ସ୍ବାଦ ପାଆନ୍ତୁ.