ରାଜ୍ୟସ୍ୱାସ୍ଥ୍ୟ

ଲକ୍‌ଡାଉନ୍‌ ଉଠିବ ନା ନାହିଁ କ’ଣ କହିଲେ ଡିଏମଇଟି

ସତ୍ୟଶିଖା(ଭୁବନେଶ୍ୱର) ୨୮ .୦୬.୨୦୨୧: କିଛି ଜିଲ୍ଲାରେ ସଂକ୍ରମଣ ବଢୁଛି, ଅନ୍ୟ କିଛି ଜିଲ୍ଲାରେ କମୁଛି । ତେଣୁ କରୋନା ଟ୍ରେଣ୍ଡକୁ ନଜରରେ ରଖି କେଉଁ ଜିଲ୍ଲାରେ ଲକ୍‌ଡାଉନ୍‌ ଉଠିବ ଆଉ କେଉଁଠି ଲାଗୁ ରହିବ ସେ ନେଇ ନିଷ୍ପତ୍ତି ନିଆଯିବ । ୫ ପ୍ରତିଶତରୁ କମ୍ ଥିବା ଜିଲ୍ଲାମାନଙ୍କରେ କଟକଣା କୋହଳ କରାଯାଇପାରେ । ଲୋକଙ୍କ ବ୍ୟବହାର, ଟିପିଆର, କେତେ ଲୋକ ସଂକ୍ରମିତ ହେଉଛନ୍ତି, ଲୋକେ କଟକଣା ମାନୁଛନ୍ତି ନା ନାହିଁ, ସେସବୁକୁ ନଜରରେ ରଖି କଟକଣା କୋହଳ ହେବ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ଚାରି ପାଞ୍ଚଟି ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ସେହି ଜିଲ୍ଲା ଉପରେ ଧ୍ୟାନ ଦିଆଯାଉଛି । ସାମଗ୍ରିକ ଭାବେ ସଂକ୍ରମଣ କମିବାରେ ଲାଗିଛି  ଉପକୂଳବର୍ତ୍ତୀ ଜିଲ୍ଲାରେ ବାହାର ଜିଲ୍ଲା ଲୋକଙ୍କ ଯା’ଆସ ନିୟମିତ ହେଉଛି । ଫଳରେ ଏସବୁ ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି । ସଂକ୍ରମଣ ରୋକିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି । ଅଧିକ ସଂକ୍ରମଣ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ କରାଯାଉଛି ।

ଡେଲଟା ପ୍ଲସ ସମ୍ପର୍କରେ ଦେବଗଡ଼ ଯାଇଥିବା ଟିମ୍‌ ଆସିଲା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବାବଦରେ ସ୍ପଷ୍ଟ ଚିତ୍ର ଜଣାପଡିଛି ।  ଗତ ଏପ୍ରିଲରେ ସଂକ୍ରମିତଜଣଙ୍କ ସୁସ୍ଥ ହୋଇସାରିଛନ୍ତି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଲୋକଙ୍କ ଦେହରେ ଡେଲଟା ପ୍ଲସ ସଂକ୍ରମଣ ଅଛି ନା ନାହିଁ ତାହାର ତଦନ୍ତ କରାଯାଉଛି । ଦେବଗଡରେ ଟିପିଆର କମ ଥିବା ବେଳେ ମୃତ୍ୟୁ  ସଂଖ୍ୟା ମଧ୍ୟ କମ ରହିଛି ବୋଲି ଡିଏମଇଟି କହିଛନ୍ତି ।

Show More
Back to top button