ଅପରାଧନ୍ୟୁଜ୍ରାଜ୍ୟ

ପଦ୍ମପୁର ଉପଖଣ୍ଡରେ ବାଇକ୍ ଚୋରିର ପର୍ଦ୍ଦାଫାଶ

ସତ୍ୟଶିଖା ୧୬/୦୨/୧୦୨୧ : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ହୋଇଥିବା ବଡଧରଣର ବାଇକ୍ ଚୋରିର ପର୍ଦ୍ଦାଫାଶ କରିଛି ପଦ୍ମପୁର ପୋଲିସ । ପଦ୍ମପୁର ଉପଖଣ୍ଡର ବିଭିନ୍ନ ଥାନା ଅଞ୍ଚଳରୁ ବାଇକ୍ ଚୋରୀ ହେଉଥିବା ଘଟଣା ସାମନାକୁ ଆସିଛି । ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ମାସ ୨ ତାରିଖ ଦିନ ଗାଇସିଲାଟ ଥାନା ତାଳପାଲି ମାର୍କେଟରୁ ଗୋଟିଏ ମୋଟର ସାଇକେଲ ଚୋରି ହୋଇଥିବା ନେଇ ବୀରେନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ଗାଇସିଲାଟ ଥାନାରେ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ଗାଇସିଲାଟ ଥାନାରେ ଏକ ଚୋରି ମାମଲା ରୁଜୁ ହୋଇଥିଲା କେଶ ନମ୍ବର ୨୫/୨୧ ଏବଂ ଗାଡିଗୁଡିକ ଖୋଜିବା ପାଇଁ ଏକ ଟିମ୍ ଗଠନ କରାଯାଇଥିଲା ଏବଂ ଗାଡିଗୁଡିକ ଖୋଜା ଚାଲିଥିଲା । ପୋଲିସ ୧୭ଗୋଟି ବାଇକ୍ ସହ ୩ ଜଣ ବାଇକ୍ ଚୋର ଏବଂ ଜଣେ କ୍ରେତାକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ କୁମାର ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ।

Show More
Back to top button