ଗୁଗଲରେ ଅଧିକ ଥର କ’ଣ ସର୍ଚ୍ଚ କରିଛନ୍ତି ଭାରତୀୟ ୨୦୨୦ରେ


ସତ୍ୟଶିଖା (ନୂଆଦିଲ୍ଲୀ) ୧୦/୧୨/୨୦୨୦ : ଆଉ କିଛି ଦିନ ପରେ ଇଂରାଜୀ ପୁରୁଣା ବର୍ଷ ୨୦୨୦କୁ ବିଦାୟ ଦେବା ଓ ନୂଆବର୍ଷ ୨୦୨୧କୁ ସ୍ୱାଗତ କରିବା । ସାରା ବିଶ୍ୱ ଏବେ ନୂଆବର୍ଷର ଅପେକ୍ଷାରେ ରହିଛି । ଚଳିତ ବର୍ଷ(୨୦୨୦) ମହାମାରୀର ବର୍ଷ ପାଲଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ମହାମାରୀରେ ସାରା ବିଶ୍ୱରେ ଅନେକ ଲୋକଙ୍କର ପ୍ରାଣ ଯାଇଛି । କିନ୍ତୁ ତଥାପି ଲୋକମାନେ କରୋନା ପାଇଁ ଚିନ୍ତିତ ନୁହଁନ୍ତି । ଆମେ ଏ କଥା କହୁ ନାହୁଁ, ମାତ୍ର ଗୁଗଲର ସର୍ଚ୍ଚ ରିପୋର୍ଟ ୨୦୨୦ରେ ଏହା ପ୍ରକାଶ ପାଇଛି । ଆଶ୍ଚର୍ଯ୍ୟଜନକ କଥା ହେଉଛି ୨୦୨୦ ମସିହାରେ ସର୍ଚ୍ଚ ରିପୋର୍ଟରେ କରୋନା ନାମ ଶୀର୍ଷ ଟ୍ରେଣ୍ଡ ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଶୀର୍ଷ ଟ୍ରେଣ୍ଡ ତାଲିକାର ପ୍ରଥମ ସ୍ଥାନରେ ରହିଛି ଆଇପିଏଲ୍ ।
ତେବେ ଆସନ୍ତୁ ଜାଣିବା ଚଳିତବର୍ଷ(୨୦୨୦)ରେ ଗୁଗଲରେ ଅଧିକ ଥର ଭାରତୀୟମାନେ କ’ଣ ସର୍ଚ୍ଚ କରିଛନ୍ତି……
ଆଇପିଏଲ୍
କରୋନାକାଳରେ ମଧ୍ୟ ଆଇପିଏଲ୍ ଗୁଗଲରେ ଅଧିକ ଥର ସର୍ଚ୍ଚ କରାଯାଇଛି । କ୍ରିକେଟ୍ ପ୍ରେମୀମାନେ ଚଳିତ ବର୍ଷ ଆଇପିଏଲ୍ ଉପଭୋଗ କରିଛନ୍ତି । ଅନ୍ୟପକ୍ଷରେ କରୋନା ଭାଇରସ୍ ଗୁଗଲ ସର୍ଚ୍ଚରେ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ତୃତୀୟରେ ଆମେରିକାର ନିର୍ବାଚନ ଫଳାଫଳ, ଚତୁର୍ଥରେ ପିଏମ କିସାନ ଯୋଜନା ଏବଂ ପଞ୍ଚମରେ ବିହାର ନିର୍ବାଚନ ଫଳାଫଳ ସ୍ଥାନ ପାଇଛି ।
ଅଧିକ ଥର ଗୁଗଲରେ ସର୍ଚ୍ଚ ହୋଇଛି
– ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ)
– କରୋନା ଭାଇରସ୍
– ଆମେରିକାର ନିର୍ବାଚନ ଫଳାଫଳ
– ପ୍ରଧାନମନ୍ତ୍ରୀ କିଷାନ ଯୋଜନା
– ବିହାର ନିର୍ବାଚନ ଫଳାଫଳ
– ଦିଲ୍ଲୀ ନିର୍ବାଚନ ଫଳାଫଳ
– ଦିଲ୍ ବେଚାରା
– ଜୋ ବାଇଡେନ୍
– ଲିପ୍ ଡେ(Leap day)
– ଅର୍ଣ୍ଣବ ଗୋସ୍ୱାମୀ
୨୦୨୦ରେ ଚଳଚ୍ଚିତ୍ରର ଶୀର୍ଷ ଟ୍ରେଣ୍ଡିଂ ତାଲିକା
ଫିଲ୍ମ ବର୍ଗରେ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ଦିଲ ବେଚାରା ଏହି ତାଲିକାରେ ପ୍ରଥମରେ ରହିଛି ।
ସଂପୂର୍ଣ୍ଣ ତାଲିକା
– ଦିଲ୍ ବେଚାରା
– ସୋରାରାଇ ପୋଟ୍ରୁ(Soorarai Pottru)
– ତାନାଜୀ
– ଶକୁନ୍ତଳା ଦେବୀ
– ଗୁଞ୍ଜନ ସକ୍ସେନା
– ଲକ୍ଷ୍ମୀ
– ସଡ଼କ ୨
– ବାଗୀ-୩
– ଏକ୍ସଟ୍ରାକ୍ସନ(Extraction)