ଧର୍ମବାସ୍ତୁଶାସ୍ତ୍ରରାଶିଫଳ

ନବରାତ୍ରିରେ ରାଶି ଅନୁସାରେ କେଉଁ ଆହାର ଗ୍ରହଣ କରିବା ଉଚିତ ବା ଉଚିତ ନୁହେଁ

ସତ୍ୟଶିଖା(ଭୁବନେଶ୍ୱର) ୧୪.୦୪.୨୦୨୧:

ଜ୍ୟୋତିଷଶାସ୍ତ୍ରରେ ରାଶୀଗୁଡିକୁ ତତ୍ତ୍ୱ ଅନୁସାରେ ୪ଟି ତତ୍ତ୍ୱରେ ବିଭକ୍ତ କରାଯାଇଛି। ସେହି ୪ଟି ତତ୍ତ୍ୱ ହେଲା, ଅଗ୍ନି, ପୃଥିବୀ, ବାୟୁ ଓ ଜଳ। ଏହି ୪ଟି ତତ୍ତ୍ୱରେ ୧୨ଟି ରାଶି ବର୍ଗିକୃତ। ପ୍ରତ୍ୟେକ ବର୍ଗରେ ୩ଟି ରାଶି ଥାଏ। ପ୍ରତ୍ୟେକ ବର୍ଗର ନିଜର ପ୍ରକୃତି ରହିଛି। ଏହା ଅନୁରୂପ ବ୍ରତ ବା ପର୍ବରେ ଆହାର ଗ୍ରହଣ କରିବା ଉଚିତ। ବର୍ଗ ଅନୁରୂପ ଜ୍ୟୋତିଷଶାସ୍ତ୍ରରେ କିଛି ଆହାର ନିଷେଧ କରାଯାଇଛି।

ମେଷ, ସିଂହ ଧନୁ ଅଗ୍ନି ତତ୍ତ୍ୱ ରାଶି। ଏହି ରାଶିର ବ୍ୟକ୍ତି ବ୍ରତ ସମୟରେ ସ୍ୱଳ୍ପ ଆହାର କରିବା ଉଚିତ ଆଵାନାଂ ଅଧିକ ଲୁଣ, ମସଲା ଓ ରଗଯୁକ୍ତ ଖାଦ୍ୟ ଗ୍ରହଣ କରିବା ଉଚିତ ନୁହେଁ। ଏହି ରାଶିର ବ୍ୟକ୍ତି ଡ୍ରାଏ ଫ୍ରୁଟ୍ସ ସେବନ କରିପାରିବେ। ଡ୍ରାଏ ଫ୍ରୁଟ୍ସକୁ ବତୁରାଈ ମଧ୍ୟ ସେବନ କରିପାରିବେ।

ବୃଷ, କନ୍ୟା ଓ ମକର ପୃଥିବୀ ତତ୍ତ୍ୱ ରାଶି। ଏମାନେ କ୍ଷୀର, ଦହି, ଘିଅ ଆଦି ଦୁଗ୍ଧ ଜାତୀୟ ଖାଦ୍ୟ ସେବନ କରିବା ଉଚିତ ନୁହେଁ। ଏମାନେ ଫଳାହାର କରିବା ଉଚିତ। ଡ୍ରାଏ ଫ୍ରୁଟ୍ସ ମଧ୍ୟ ସେବନ କରିପାରିବେ।

ମିଥୁନ, ତୁଳା ଓ କୁମ୍ଭ ବାୟୁ ତତ୍ତ୍ୱ ରାଶି। ଏହିସବୁ ରାଶିର ବ୍ୟକ୍ତି ପନିପରିବା ଏବଂ ପତ୍ରଯୁକ୍ତ ଆହାର ଗ୍ରହଣ କରିବା ଉଚିତ ନୁହେଁ। ଏମାନେ କ୍ଷୀର, ଦହି ଏବଂ ଅନ୍ୟାନ୍ୟ ଦୁଗ୍ଧ ଜାତୀୟ ଖାଦ୍ୟ ଗ୍ରହଣ କରିପାରିବେ।

କର୍କଟ, ବିଛା ଓ ମୀନ ଜଳ ତତ୍ତ୍ୱ ରାଶି। ଏହି ରାଶିର ବ୍ୟକ୍ତି ରସଯୁକ୍ତ ଫଳ, ସରବତ ଓ ଜୁସ ଆଦି ସୀମିତ ମାତ୍ରାରେ ସେବନ କରିବା ଉଚିତ।

ବ୍ରତ ଫଳାହାରରେ ମୁଖ୍ୟତଃ ସେସବୁ ଜିନିଷ ସାମିଲ କରିବା ଅନୁଚିତ ଯେଉଁଥିରେ ଆପଣଙ୍କ ରାଶିର ତାତ୍ତ୍ୱିକ ଗୁଣ ରହିଛି। ବ୍ରତ ସମୟରେ ରାଶି ତତ୍ତ୍ୱ ସମ୍ବନ୍ଧୀୟ ବସ୍ତୁ ଦାନ କରିବା ଅଧିକ ଫଳଦାୟୀ ହୋଇଥାଏ।

Show More
Back to top button