ପର୍ଯ୍ୟଟନରାଜ୍ୟ

ଆଜି ଠାରୁ ଆସନ୍ତା ମେ ୧୫ ଯାଏଁ କୋଣାର୍କ, ଖଣ୍ଡଗିରି, ରାଜାରାଣୀ ମନ୍ଦିର ଆଦି କୀର୍ତ୍ତିରାଜି ବନ୍ଦ

ସତ୍ୟଶିଖା(ଭୁବନେଶ୍ୱର) ୧୬.୦୪.୨୦୨୧:ଓଡିଶା ତଥା ସାରା ଦେଶରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଭଳି ସମୟରେ ସଂକ୍ରମଣ ରୋକିବାକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ରାଜ୍ୟରେ ଥିବା ସମସ୍ତ ପ୍ରତ୍ନତାତ୍ତ୍ୱିକ ସ୍ଥଳଗୁଡିକୁ ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଆଜି ଠାରୁ ଆସନ୍ତା ମେ ୧୫ ଯାଏଁ କୋଣାର୍କ, ଖଣ୍ଡଗିରି, ରାଜାରାଣୀ ମନ୍ଦିର ଆଦି କୀର୍ତ୍ତିରାଜିକୁ ବନ୍ଦ ରଖାଯାଇଛି।
ଏହାସହ ଆଜି ସକାଳୁ କୋଣାର୍କ ମନ୍ଦିରକୁ ଆସିଥିବା ପର୍ଯ୍ୟଟକ ମାନେ ନିରାଶ ହୋଇ ଫେରିଛନ୍ତି। କରୋନାର ପ୍ରଥମ ତରଙ୍ଗ ବୃଦ୍ଧି ପରେ ଦୀର୍ଘ ୮ ମାସ ଧରି କୋଣାର୍କ ମନ୍ଦିର ବନ୍ଦ ରହିଥିଲା।

Show More
Back to top button