ସତ୍ୟଶିଖା (ନୂଆଦିଲ୍ଲୀ) ୦୭.୧୦.୨୦୨୦ : ବହୁ ଦିନ ପର୍ଯ୍ୟନ୍ତ କାଢ଼ା ପିଇଲେ ଲିଭର ସମସ୍ୟା ସୃଷ୍ଟି ହୁଏ ବୋଲି ଅନେକ ଦାବି କରୁଥିଲେ । ଏବେ କିନ୍ତୁ ଏହି ଦାବିକୁ ଖଣ୍ଡନ କରିଛି ଆୟୁଷ ମନ୍ତ୍ରାଳୟ। ମଙ୍ଗଳବାର ଏହାକୁ ନେଇ ଯେଉଁ ସବୁ ଦାବି ହୋଇ ଆସୁଥିଲା ସେସବୁକୁ ଖଣ୍ଡନ କରିଛି ମନ୍ତ୍ରାଳୟ । ଆୟୁଷ ମନ୍ତ୍ରାଳୟ କହିଛି କାଢ଼ା ଯୋଗୁ ଲିଭରରେ ସମସ୍ୟା ଉପୁଜିବା ନିହାତି ଭାବେ ଭୁଲ ଧାରଣା । କାଢ଼ା ତିଆରି ପାଇଁ ଯେଉଁ ସବୁ ଜିନିଷର ପ୍ରୟୋଗ କରାଯାଏ ସେହି ସବୁ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ । ଆୟୁଷ ମନ୍ତ୍ରାଳୟ ସଚିବ କହିଛନ୍ତି ଡାଳଚିନି, ତୁଳସୀ ଓ କଳା ମରିଚର ଉପଯୋଗରେ କାଢ଼ା ପ୍ରସ୍ତୁତି ହୋଇଥାଏ । ଏହା ଇମ୍ୟୁନିଟି ବଢ଼ାଇବାରେ ସାହାଯ୍ୟ କରେ ।