ଅପରାଧନ୍ୟୁଜ୍ରାଜ୍ୟ

ଗଞ୍ଜେଇ କାରବାରର ହବ ପାଲଟିଛି କୋରାପୁଟ

ସତ୍ୟଶିଖା ୦୪/୦୨/୨୦୨୧ : କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ଜୟପୁର ଚୋରା ଚାଲାଣ ବେଳେ ବିପୁଳ ଗଞ୍ଜେଇ ଜବତ କଲା ଲମତାପୁଟ ପୋଲିସ । ଟ୍ରାକ୍ଟର ଓ ପିକ୍ ଅପ୍ ଭ୍ୟାନ୍‌ରୁ ପ୍ରାୟ ୩ କୁଇଣ୍ଟାଲ ୩୪ କେଜି ଗ୍ଞ୍ଜେଇ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୩୪ ଲକ୍ଷ ଟଙ୍କା ହେବ ।

ନନ୍ଦପୁର ଏସଡ଼ିପିଓଙ୍କ ତତ୍ବାବଧାନରେ କଡ୍ରି ଗାଁ ନିକଟରେ ଲମତାପୁଟ ପୋଲିସ ପାଟ୍ରୋଲିଂ କରୁଥିଲା । ସେହି ସମୟରେ ଲମତାପୁଟ ଅଞ୍ଚଳରୁ ଏକ ନମ୍ବର ବିହୀନ ଟ୍ରାକ୍ଟର ଦ୍ରୁତ ଗତିରେ ଆସୁଥିଲା । ଗାଡିକୁ ପୋଲିସ ଅଟକାଇଥିବା ବେଳେ ଘନ କୁହୁଡିର ସୁଯୋଗ ନେଇ ଡ୍ରାଇଭର ଜଙ୍ଗଲକୁ ଦୌଡି ଚାଲିଯାଇଥିଲା । ସେହି ସମୟରେ ଆଉ ଏକ ପିକଅପ ଭ୍ୟାନକୁ ମଧ୍ୟ ଅଟକାଇ ଥିଲା ପୋଲିସ । ପିକଅପ ଭ୍ଯାନ ଡ୍ରାଇଭର ମଧ୍ୟ ଗାଡି ଛାଡି ଚମ୍ପଟ ମରିଥିଲା । ତେବେ ଜବତ ହୋଇଥିବା ୨ଟି ଯାକ ଗାଡି ଡାଲାରେ ବିପୁଳ ଗଞ୍ଜେଇ ରହିଥିଲା ।

Show More
Back to top button