ଧର୍ମନ୍ୟୁଜ୍

ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ।

ସତ୍ୟଶିଖା :୨୩/୦୪/୨୦୨୫:ଅପରାହ୍ନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ  ବନକଲାଗି (ଶ୍ରୀମୁଖ ସିଂହାର) ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ୫ଟାରୁ ରାତି ୧୦ ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଦତ୍ତମହାପାତ୍ର ସେବକମାନେ ଦାରୁଦିଅଁଙ୍କ ଏହି ସେବା   କରିବେ । ଦ୍ବିତୀୟ ଭୋଗମଣ୍ଡପ ନୀତି ସରିଲା ପରେ ଏହି  ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ବନକଲାଗି  ନୀତି ସମ୍ପନ୍ନ ହୋଇ ମହାସ୍ନାନ ନୀତି ବଢ଼ିଲେ ପୁନଃ ଠାକୁର ଦର୍ଶନ ଆରମ୍ଭ  ହେବ। ଦତ୍ତମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବା ପରେ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗର ଶ୍ରୀବୃଦ୍ଧି ଘଟିଥାଏ । ଏହି ନୀତି ସମୟରେ  ସର୍ବସାଧାରଣ ଦର୍ଶନ ମନା । ଅପରାହ୍ନ  ପ୍ରାୟ ୫ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ  ବନକଲାଗି ପାଇଁ ଠାକୁରଙ୍କ ଦର୍ଶନ ବନ୍ଦ ରହିବ।

Show More
Back to top button