ଜୁଲାଇ ୧୫ ତାରିଖ, ବୁଧବାର: କେମିତି ରହିବ ଆଜିର ଦିନଟି ଜାଣନ୍ତୁ


ସତ୍ୟଶିଖା : ୧୫/୦୭/୨୦୨୦
ମେଷ – ବ୍ୟୟ ଭାବରେ ମଙ୍ଗଳଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ ଅଟକି ରହିଥିବା କାମ ତ୍ୱରାନ୍ୱିତ ହେବ । ପାରିବାରିକ, ଜମିଜମା ଓ ଆନୁଷ୍ଠାନିକ ଆଲୋଚନା ସଫଳତା ହାସଲ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।
ବୃଷ – ଲାଭସ୍ଥାନରେ ଚନ୍ଦ୍ର ଥିବାରୁ ସକାଳୁ ସକାଳୁ ଶୁଭ ଖବର ପାଇ ମନ ଖୁସୀ ହୋଇଯିବ । ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ହଠାତ୍ ପ୍ରକାଶ କରିବା ଠିକ୍ ନ ହୋଇପାରେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।
ମିଥୁନ – ଦୀର୍ଘ ଦିନରୁ ବହୁ ପ୍ରତୀକ୍ଷିତ ଖବରଟି ଅପରାହ୍ନେ ପାଇପାରନ୍ତି । ଆର୍ଥିକ ଅନଟନ ଦୂରେଇବା କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାର୍ଯ୍ୟର ପ୍ରତିଶ୍ରୁତି ଦେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୫ ।
କର୍କଟ – କର୍ମାଧିପ ଭାଗ୍ୟସ୍ଥ ହେତୁ ଦୀର୍ଘ ଦିନର ପ୍ରତୀକ୍ଷା ପରେ ଅପୂର୍ବ ସଫଳତାରେ ଆନନ୍ଦ ଅନୁଭବ କରିବେ । ପରିବାରରେ ପୈତୃକ ସମ୍ପତ୍ତିକ କେନ୍ଦ୍ର କରି ଟଣାଓଟରା ଦେଖା ଦେଇପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।
ସିଂହ – ଗୁରୁଜନମାନଙ୍କ ପରାମର୍ଶ ଓ ସହଯୋଗରୁ ପାରିବାରିକ ସମସ୍ୟା ସମାଧାନ ହୋଇଯିବ । କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍ ଦେବାକୁ ପଡିପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।
କନ୍ୟା – ବୁଧାଦିତ୍ୟ ଯୋଗ ପ୍ରଭାବରେ କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ । ହଠାତ୍ ଦୂର ଯାତ୍ରା କରିବାକୁ ପଡିପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୩ ।
ତୁଳା – ଶନି ଓ ଚନ୍ଦ୍ରଙ୍କ ସମ୍ବନ୍ଧ କାରଣରୁ ପୂର୍ବସ୍ଥିରୀକୃତ କାର୍ଯ୍ୟକ୍ରମ ଅନୁଯାୟୀ ବନ୍ଧୁ ମିଳନ ସହିତ କାର୍ଯ୍ୟ ସମ୍ପନ୍ନ କରିବେ । ଆଶା ଅନୁରୂପ ଫଳ ପାଇବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୮ ।
ବିଛା – ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରୁ ଅର୍ଥନୈତିକ ଅଭିବୃଦ୍ଧି ଘଟିବା ସହ ପ୍ରତ୍ୟେକ କ୍ଷେତ୍ରରେ ଜୟଯୁକ୍ତ ହେବେ । ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।
ଧନୁ – ରାଶିରେ କେତୁ ଯୁକ୍ତ ବୃହସ୍ପତି କାରଣରୁ ଶାରୀରିକ ଅସୁସ୍ଥତା ସହ ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଇବ । ନୂତନ ଭାବେ କରିବାକୁ ଯାଉଥିବା କାମରେ ପ୍ରତିବନ୍ଧକ ଯୋଗୁଁ ଅଗ୍ରଗତି ହୋଇପାରିବ ନାହିଁ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।
ମକର – ଶନିଙ୍କ ଦୃଷ୍ଟିରେ ଚନ୍ଦ୍ର ଓ ମଙ୍ଗଳ ଥିବାରୁ ପରିବାର ଭିତରେ ସନ୍ଦେହ ଓ ଭୁଲ ବୁଝାମଣା ହେତୁ ସମସ୍ୟା ବଢିପାରେ । କେତେକ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।
କୁମ୍ଭ – କର୍ମାଧିପ ପାପଗ୍ରହ ଦୃଷ୍ଟିରେ ଥିବାରୁ ଯୁକ୍ତିତର୍କ ଜନିତ ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍ ବୁଝିବେ । ପରୋକ୍ଷ ଶତ୍ରୁତା କାରଣରୁ ଅଶାନ୍ତ ରହିପାନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।
ମୀନ – ପ୍ରତ୍ୟେକ କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି । ପାପଯୁକ୍ତ ରାଶ୍ୟାଧିପତିଜନିତ ଅସୁସ୍ଥତା କାରଣରୁ ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।