ବୁଧବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ l

ସତ୍ୟଶିଖା ( ବୁଧବାର ) ୩୦/୧୨/୨୦୨୦ :

ମେଷ – ଆଜି କର୍ମସ୍ଥଚନ୍ଦ୍ର ଗୁରୁଶୌରୀ ସଂଯୋଗରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ । ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ ।

ବୃଷ – ରାଶିକୁ ତିନୋଟି ଗ୍ରହ ଦେଖୁଥିବାରୁ ଯାହା ପାଇଁ କଷ୍ଟ ସ୍ୱୀକାର କରି ସାହାର୍ଯ୍ୟ କରିଥିଲେ ସେ ଆପଣଙ୍କୁ ବିରୋଧ କରିବ । ଅପରିଚିତ ଲୋକଙ୍କୁ ସହ ସମ୍ପର୍କ ରଖିବା କାରଣରୁ ଘର ଲୋକେ ବିରକ୍ତି ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।

ମିଥୁନ – ମଙ୍ଗଳ ଦଶସ୍ଥ ଯୋଗୁ ସ୍ୱାର୍ଥସାଧନ ଆଶାରେ ସହକର୍ମୀ ସମସ୍ୟା ସୃଷ୍ଟି କରିପାରନ୍ତି । ସମ୍ପର୍କୀୟଙ୍କ ସହ ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଘଟିପାରେ । ପରିବାରରେ ପୁରୁଣା କଥା ଆଲୋଚନା ହିଁ କଳହର କାରଣ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

କର୍କଟ – ନିଜେ ଅସୁବିଧାରେ ରହି ବନ୍ଧୁଙ୍କୁ ସାହାର୍ଯ୍ୟ କରିବେ । ବୃହସ୍ପତି ଶନି ଯୁକ୍ତି ହେତୁ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେବ । ବନ୍ଧୁ ଅଭିମାନଭରା କଥା କହି ଆପଣ ତାହାକୁ ସାହାର୍ଯ୍ୟ କରି ନ ଥିବାରୁ ଦୁଃଖ କରିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

ସିଂହ – ପାରିବାରିକ ସମସ୍ୟା ବଢିଯିବାରୁ ମାନସିକ ଅସ୍ଥିରତା ଦେଖା ଦେବ । ମଧ୍ୟାହ୍ନରେ ବନ୍ଧୁଙ୍କ ସାକ୍ଷାତରୁ ଉପକୃତ ହୋଇପାରନ୍ତି । ମାତ୍ରାଧିକ ଭ୍ରମଣ ଓ କାମ ଚାପ ଯୋଗୁ କ୍ଳାନ୍ତି ଅନୁଭବ କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

କନ୍ୟା – କାମଗୁଡିକ ଆଜି ବିଳମ୍ବରେ ସମ୍ପନ୍ନ ହେବାରୁ ନିଜକୁ ହିଁ ଦୋଷୀ ମଣିବେ । ଅନ୍ୟର କଥାରେ ପ୍ରଭାବିତ ହୋଇ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ମହିଳାଙ୍କର ରୁଗ୍‌ଣ ସ୍ୱାସ୍ଥ୍ୟରେ ଦ୍ରୁତ ଉନନ୍ତି ପରିଲକ୍ଷିତ ହେବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୪ ।

ତୁଳା – ଯେତେ ସହଜରେ କାମ ହାସଲ କରିବାକୁ ଭାବୁଛନ୍ତି, ବାସ୍ତବ କ୍ଷେତ୍ରରେ ତାହା ସହଜସାଧ୍ୟ ହୋଇ ନ ପାରେ । ସ୍ୱାତୀର କେତେକ ଦୀର୍ଘମିଆଦୀ ଯାଜନା ଫସଲ ଫାଟିଯିବା କାରଣରୁ ମନ ଭଲ ରହିବ ନାହିଁ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୮ ।

ବିଛା – ସମୟ ଭଲ ନ ଥିଲେ ମଧ୍ୟ ବିଭିନ୍ନ କୌଶଳ ଅବଲମ୍ବନ କରି ଆଶା ପୂରଣ ଦିଗରେ ଚେଷ୍ଟା କରିପାରନ୍ତି । ନିର୍ମାଣ କ୍ଷେତ୍ରରେ ପୂରା ଦମ୍ ରେ କାମ କରିବାକୁ ନିଷ୍ପତ୍ତି ନେବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୧ ।

ଧନୁ – କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ଘଟିବ । ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ। ମାଙ୍ଗଳିକ କାମର ପ୍ରସ୍ତୁତି କରି ବିଚଳିତ ବୋଧ କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ମକର – ଆନୁଷ୍ଠାନିକ ସାହାର୍ଯ୍ୟ ସହ-ଯୋଗ ପାଇ କାମ ହାସଲ କରିବେ । ସଭାସମିତି, କଳା, କ୍ରୀପା, ସାହିତ୍ୟ, ସାମ୍ବାଦିକତା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହେବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭ ।

କୁମ୍ଭ – ପାରିବାରିକ ଶୃଙ୍ଖଳା ରକ୍ଷା କରିବାକୁ ଯାଇ କଷ୍ଟ ସ୍ୱୀକାର କରିବାକୁ ପଡିବ । ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । କେତେକ କ୍ଷେତ୍ରରେ ଜାଣିଶୁଣି ନୀରବ ରହିବାକୁ ବାଧୟ ହୋଇପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ ।

ମୀନ – ପାରିବାରିକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରିବାକୁ ବାଧ୍ୟ ହେବେ । ବ୍ୟସ୍ତତା ପରିହାର କରି ପାଖ ବନ୍ଧୁ ଦ୍ୱାରା କାମ ହାସଲ ପାଇଁ ପ୍ରଯତ୍ନ କରିବା ଭଲ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୯ ।

Exit mobile version