ବୁଧବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ l


ସତ୍ୟଶିଖା ( ବୁଧବାର ) ୧୪.୧୦.୨୦୨୦ :
ମେଷ – ଆଜିର ଚନ୍ଦ୍ର ଦେବଗୁରୁଙ୍କ ନକ୍ଷତ୍ରସ୍ଥ ହେତୁ ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁ ମାର୍ଗଦର୍ଶକ ସାଜିବେ । ସାଧାରଣ ଘଟଣାକୁ ନେଇ ମନସ୍ତାପ କରିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।
ବୃଷ – ଶନି ଦୃଷ୍ଟି ମଙ୍ଗଳ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟହାନି ଓ ଆକସ୍ମିକ କଳହର କାରଣ ହେବ । ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।
ମିଥୁନ – ପାରିବାରିକ ସମସ୍ୟାୟା ଥିଲେ ମଧ୍ୟ କାମଗୁଡିକୁ ସଫଳତାର ସହ ସମ୍ପନ୍ନ କରିବେ । କିଛି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ୍ ଦେବାକୁ ପଡିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।
କର୍କଟ – ବୃହସ୍ପତିଙ୍କ ପ୍ରଭାବରୁ ଶତ୍ରୁନlଶ, ଋଣ ପରିଶୋଧ ସଙ୍ଗକୁ ରୋଗପୀଡା ହ୍ରାସ ଘଟିବ । କର୍ମକ୍ଷେତ୍ରରେ ଅବହେଳା କାରଣରୁ ସମାଲୋଚନାର ପାତ୍ର ହେବାକୁ ପଡିପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।
ସିଂହ – ରବିଙ୍କ ଦୁର୍ବଳତା କାରଣରୁ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ରହିବା ଠିକ୍ ହେବ । ପରିବାର ଓ କର୍ମକ୍ଷେତ୍ରରେ ରହିଥିବା ବ୍ୟତିକ୍ରମ ବିଷୟ ଚିନ୍ତାକରି ମନ ବିଚଳିତ ରହିପାରେ । ଶୁଭ ଅଙ୍କ ନୀଳ । ଶୁଭ ଅଙ୍କ ୯ ।
କନ୍ୟା – ବଳଶାଳୀ ବୁଧ ବୌଦ୍ଧିକତା ବୃଦ୍ଧି କରି ସାମାଜିକ ସ୍ତରରେ ସମ୍ମାନ ଓ ପ୍ରତିଷ୍ଠା ପ୍ରଦାନ କରିବେ । ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।
ତୁଳା – କର୍ମାଧିପ ଭାଗ୍ୟସ୍ଥ ହେତୁ ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଯତ୍ନ କଲେ ଚେଷ୍ଟା କଦାପି ବିଫଳ ହେବନି । ଉଚ୍ଛ ପାର୍ଥକ୍ୟ ଦେଖା ଦେଇପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।
ବିଛା – ମୁଖଭାବରେ ବୃହସ୍ପତି ଥିବାରୁ ଔଚିତ୍ୟପୂର୍ଣ୍ଣ କଥା କହି ପ୍ରିୟଜନଙ୍କ ଶ୍ରଦ୍ଧାଭାଜନ ହେବେ । ସଂଗୀତରେ ସୁନାମ ଅର୍ଜନ କରିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୫ ।
ଧନୁ – ମୁହଁରେ ମଧୁରତା ପ୍ରକାଶ ପାଇଲେ ମଧ୍ୟ ମାନସିକ ସ୍ତରରେ ଅନ୍ୟମନସ୍କତା ଲାଗି ରହିବ । ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।
ମକର – ଆଜି ଶନିଙ୍କ ପ୍ରଭାବରୁ ଆପଣଙ୍କ କୌଣସି କାମ ଅଟକି ରହିବ ନାହିଁ । କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରି ସଫଳତା ହାସଲ କରିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।
କୁମ୍ଭ – କେନ୍ଦ୍ରସ୍ଥ ଶୁକ୍ର ହେତୁ ବନ୍ଧୁଙ୍କ ସାହାର୍ଯ୍ୟରୁ ଫେରନ୍ତା ବାଟରେ ହଠାତ୍ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବାରୁ ଆଶ୍ୱସ୍ତି ଲାଭ କରିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।
ମୀନ – ଅଷ୍ଟମସ୍ଥ ବୁଧ ଯୋଗୁ ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାଗୁଡିକୁ ସାମନା କରି ନ ପାରି ବିବ୍ରତ ବୋଧ କରିପାରନ୍ତି । ବନ୍ଧୁଙ୍କ ନିକଟରୁ ଅନାଦାର ପାଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।