

ସତ୍ୟଶିଖା(ପୁରୀ )୨୮.୦୬. ୨୦୨୨ : ଆଉ ଅଳ୍ପ ଦିନ ବାକି ରହିଲା ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ପୁରୀରେ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ସଂକ୍ରମଣ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀରେ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ନେଇ ଆଜି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ପୁରୀରେ ପ୍ରାୟ ୬୯ଟି ପ୍ରାଥମିକ ଚିକିତ୍ସା କେନ୍ଦ୍ର ଖୋଲା ଯାଇଛି। ୫୮ଟି ଆମ୍ବୁଲାନ୍ସ ସର୍ଭିସ,୧୧୪ଟି ଷ୍ଟ୍ରେଚର ସର୍ଭିସ ବ୍ୟବସ୍ଥା ହୋଇଛି। ୧୪୫ ଡାକ୍ତର,୭ ଖାଦ୍ୟ ସୁରକ୍ଷା ଅଧିକାରୀ (ଫୁଡ୍ ସେଫଟି ଅଧିକାରୀ), ୪୦ ଫାର୍ମାସିଷ୍ଟ ବ୍ୟବସ୍ଥା ହୋଇଛି। ୩୦ ନର୍ସିଂ ଅଧିକାରୀ, ୪୫ ହେଲଥ୍ ଅଧିକାରୀ, ହସ୍ପିଟାଲ ବ୍ୟବସ୍ଥା କରାଯାଇଛି। ପୁରୀ ଜିଲାର ବିଭିନ୍ନ ହସ୍ପିଟାଲରେ ୨୮୭ଟି ବେଡ୍ ବ୍ୟବସ୍ଥା ହୋଇଛି। ପ୍ରବଳ ଗୁଳୁଗୁଳି ଦୃଷ୍ଟିରୁ ୨୬ଟି ଏସି ବେଡ୍ ର ବ୍ୟବସ୍ଥା କରାଯାଇଛି। ପୁରୀ ହସ୍ପିଟାଲରେ ୨୦୦ ୟୁନିଟ୍ ଲେଖାଏଁ ବିଭିନ୍ନ ଗ୍ରୁପର ବ୍ଲଡ ବ୍ୟାଙ୍କ ପ୍ରସ୍ତୁତ କରାଯାଇଛି।






