ବୁଧବାର ରାଶିଫଳ : କେମିତି କଟିବ ଆଜିର ଦିନ


ସତ୍ୟଶିଖା (ଭୁବନେଶ୍ୱର)୨୬.୦୧.୨୦୨୨:
ମେଷ– ପୁରୁଣା ଚିନ୍ତା ଭୁଲି ଆଗକୁ ବଢିବା ପାଇଁ ଭାବନ୍ତୁ । କାହାରିକୁ କୌଣସି କଥା ବୁଝାଇବାରେ ତ୍ରୁଟି ହୋଇପାରେ । କାରବାର ସମ୍ବନ୍ଧୀୟ ଯାତ୍ରା କରିବାକୁ ପଡିପାରେ । ଶୁଭ ରଙ୍ଗ ଆକାଶୀ । ଶୁଭ ଅଙ୍କ ୭ ।
ବୃଷ– ବ୍ୟବସାୟରେ ଅଗ୍ରଗତି ଏବଂ ନୂତନ ଯୋଜନା କାର୍ଯ୍ୟ କାରୀ କରିବେ । ରାଜନୀତି କ୍ଷେତ୍ରରେ ଉନ୍ନତି ଓ ସାହିତ୍ୟ କଳା ସଂସ୍କୃତି ସଂଗୀତକ୍ଷେତ୍ରରେ ସଫଳତା ପାଇବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।
ମିଥୁନ – ବହୁ ବିଳମ୍ବରେ ସତ୍ତ୍ୱେ କାମଗୁଡିକ ଠିକ୍ ଭାବରେ ସମ୍ପନ୍ନ ନ ହେବାରୁ ମାନସିକ ସ୍ତରରେ ସନ୍ତୁଷ୍ଟ ହୋଇପାରିବେ ନାହିଁ । ଜଣାଶୁଣା ବ୍ୟକ୍ତିଙ୍କ ସହାୟତାରେ ବ୍ୟବସାୟ, ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂରହେବ । ଶୁଭରଙ୍ଗଲାଲ୍ । ଶୁଭ ଅଙ୍କ ୫ ।
କର୍କଟ– କୌଣସି ଅତୀତ ଘଟଣା ମନରେ ବାରମ୍ବାର ଆଲୋଡନ ସୃଷ୍ଟି କରିବାରୁ କୌଣସି କାମ ପ୍ରତି ଉତ୍ସାହ ରହି ନ ପାରେ । ପ୍ରିୟଜନ ମାନଙ୍କ ସହ ନୂତନ ସ୍ଥାନକୁ ବୁଲି ଯିବାର ସୁଯୋଗ ଲାଭ କରିପାରନ୍ତି ।ଶୁଭରଙ୍ଗ ଧଳା ।ଶୁଭଅଙ୍କ ୭ ।
ସିଂହ – ନୂତନ କର୍ମ ଯୋଜନା ସ୍ଥିର କରିବେ ଏବଂ ସାହିତ୍ୟ କଳା ଏବଂ ଗବେଷଣା ଦିଗରେ ଅଗ୍ରଗତି କରିବେ । ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହେବ । ନିଜକାମରେ ନିଜେ ଫଇସଲା କରି ସନ୍ତୁଷ୍ଟ ହେବେ । ଶୁଭ ରଙ୍ଗ ନାରଙ୍ଗୀ ।ଶୁଭ ଅଙ୍କ ୨ ।
କନ୍ୟା– ଆକସ୍ମିକ ବହୁତ ଟଙ୍କା ଖର୍ଚ୍ଚ କରିଥିବା କାରଣରୁ ଆଜି ହଠାତ୍ ଆବଶ୍ୟକତା ପୂରଣ କରିବା ସକାଶେ ଧାର କରିବାକୁ ପଡିବ । ଆଜିର କର୍ମ କ୍ଷେତ୍ରରେ କ୍ଳାନ୍ତି ଅନୁଭବ କରିବେ ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୩ ।
ତୁଳା– ଆଜି ବିଶେଷ କିଛି ଅସୁବିଧା ନ ଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଟେନ୍ସନ ଲାଗି ରହିବ । ଆଖି ନ ଦେଖା କଥାକୁ ବିଶ୍ୱାସ କରି ପଦକ୍ଷେପ ନେଲେ ଅସୁବିଧାର ସମ୍ମୁଖୀନ ହେବେ ।ଶୁଭରଙ୍ଗ କ୍ରୀମ୍ ।ଶୁଭ ଅଙ୍କ ୪ ।
ବିଛା– କର୍ମକ୍ଷେତ୍ରରେ ଦୃଢ ପଦକ୍ଷପ ନେଇ ପ୍ରତ୍ୟେକ କାମକୁ ସହଜରେ ସମାପନ କରିପାରିବେ ।ବନ୍ଧୁଙ୍କ ପାଖରେ ବହୁତ ଦିନରୁ ରହିଥିବା ଟଙ୍କା ଫେରି ପାଇବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।
ଧନୁ – କାର୍ଯ୍ୟବ୍ୟସ୍ତତା କାରଣରୁ ଆପଣ ଖାଇବା ପିଇବାରେ ଅବହେଳା କରି ନିଜରସ୍ୱାସ୍ଥ୍ୟ ପାଇଁ ନିଜେ ହିଁ ବାଧକ ସାଜିବେ । ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୨ ।
ମକର– ନିଜର ଅବହେଳା କାରଣରୁ କିମ୍ବା ଅସାବଧନତା ଜନିତ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ । କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସ୍ତ୍ରୀଙ୍କ ପ୍ରେରଣା ଲାଭ କରି ଉପକୃତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।
କୁମ୍ଭ – ପ୍ରତ୍ୟେକ କ୍ଷେତ୍ରରେ ସମୟୋଚିତ ପଦକ୍ଷେପ ଗ୍ରହଣ କରିବା କାରଣରୁ ପରିବାରରେ ସୁଖ ଶାନ୍ତି ଫେରି ଆସିବ । ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବ, ଯାହାକି ମୁଣ୍ଡ ବ୍ୟଥାର କାରଣ ହୋଇପାରେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୯ ।
ମୀନ – ଆଜିର କର୍ମ କ୍ଷେତ୍ରରେ ଭଲ କରିବାକୁ ଯାଇ ଅପଦସ୍ତ ହେବେ ।ଏଣୁ ଯାହା କିଛିି କହିବେ ଭାବି ଚିନ୍ତି କହିବା ଓ କରିବା ଭଲ ହେବ । ଶୁଭରଙ୍ଗ ନାରଙ୍ଗୀ ।ଶୁଭ ଅଙ୍କ ୯ ।