ବାସ୍ତୁଶାସ୍ତ୍ରରାଶିଫଳ

ବୁଧବାର ରାଶିଫଳ: କେମିତି କଟିବ ଆଜିର ଦିନ

ସତ୍ୟଶିଖା (ଭୁବନେଶ୍ୱର )୦୩.୦୩.୨୦୨୧:

ମେଷ – ଆଜି ବନ୍ଧୁଙ୍କ ସହ ପରିସ୍ଥିତିବଶତଃ ସାମାନ୍ୟ ବିତର୍କରୁ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ । ସହକର୍ମୀମାନଙ୍କୁ ଉତ୍ତମ ପରାମର୍ଶ ଦେଇ ପ୍ରଶଂସିତ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

ବୃଷ – କୌଣସି ହିତୈଷୀ ବନ୍ଧୁଜଣେ ଆପଣଙ୍କ କୁତ୍ସାରଟନା କରିପାରନ୍ତି । କର୍ମକ୍ଷେତ୍ରରେ ଛୋଟ କଥାଟିକୁ ଇଙ୍ଗ ଆକାରରେ ଚିନ୍ତା କରି ବ୍ୟସ୍ତତା ଅନୁଭବ କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

ମିଥୁନ – ଦୀର୍ଘଦିନରୁ ଅଟକି ରହିଯାଇଥିବା କାମ ପାଇଁ ଚିନ୍ତା ପ୍ରକଟ କରିପାରନ୍ତି । ନିଜ ଲୋକମାନେ ପାରିବାରିକ ସମସ୍ୟା ସୃଷ୍ଟିର ମୂଳକାରଣ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୮ ।

କର୍କଟ – ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବା ସଙ୍ଗକୁ ଯାତ୍ରା, ବାଣିଜ୍ୟ ମଧ୍ୟ ପ୍ରଭାବିତ ହୋଇପାରେ । ବିବାଦ, ପ୍ରତିଦ୍ୱନ୍ଦ୍ୱିତା କିମ୍ବା ଆଲୋଚନାରେ ପରିସ୍ଥିତି ସରଗରମ ରହିବ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୨ ।

ସିଂହ – ଆଜି ମନ ଯେମିତି ଚାହୁଁଛି ସେପରି କାମ କରିବାରେ ଅସୁବିଧା ରହିବ ନାହିଁ । ଅଳ୍ପ ଖର୍ଚ୍ଚରେ କାମ ହାସଲ କରିବାକୁ ଯାଇ ବେଶି ଖର୍ଚ୍ଚାନ୍ତ ହେବାକୁ ପଡିବ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୫ ।

କନ୍ୟା – ଅଭାବ ନ ଥିଲେ ମଧ୍ୟ କୌଣସି ଅତୀତ କଥାର ଜଲକ ମନକୁ ବିଷାଦିତ କରିବ । କର୍ମକ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବାରେ ସାମୟିକ ପ୍ରତିବନ୍ଧକ ଦେଖା ଦେଇପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ତୁଳା – ଯାତ୍ରା, ବାଣିଜ୍ୟ, ସରକାରୀ ସ୍ତରର କାମ, ସଭାସମିତିରେ ଆଲୋଚନା କ୍ଷେତ୍ର ଆପଣଙ୍କ ସକାଶେ ଭଲ ରହିବ । ଘରୋଇ କାମରେ ବାଧା ସୃଷ୍ଟି ହୋଇପାରେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ ।

ବିଛା – ସାମଗ୍ରିକ ଦୃଷ୍ଟିକୋଣରୁ ଗ୍ରହସ୍ଥିତି ଭଲ ହେତୁ ଯାହା କରବେ ପ୍ରତୀପ୍ରଦ ରହିବ । ନିଜ ଲୋକମାନଙ୍କ ବେପରୁଆ ମନୋଭାବ ଯୋଗୁ ବିଚଳିତ ବୋଧ କରିବେ । ଶୁଭ ଅଙ୍କ ୟେଲୋ । ଶୁଭ ଅଙ୍କ ୯ ।

ଧନୁ – ରାଶିରେ ପାପଗ୍ରହଙ୍କ ସମାବେଶ କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ । ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ । ଶୁଭ ରଙ୍ଗ ପିଚ୍‌ । ଶୁଭ ଅଙ୍କ ୪ ।

ମକର – ଆପଣଙ୍କ ଭାଷା ଓ ଭାବନା ପ୍ରତିକୂଳ ପରିବେଶ ସୃଷ୍ଟି କରିବାର ଆଶଙ୍କା ରହିଛି । କର୍ମକ୍ଷେତ୍ରରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୮ ।

କୁମ୍ଭ – ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ଦିନଚର୍ଯ୍ୟା ମନ୍ଦ ହେବନି ଏବଂ ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବ । ମାଲିକାନାକୁ ନେଇ ବିବାଦୀୟ ସ୍ଥିିତି ଉପୁଜିପାରେ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୬ ।

ମୀନ- ପରିବାର, ଲୋକସମ୍ପର୍କ, ଜମିଜମା, ନୂତନ ଗୃହ, ଯାନବାହନାଦି କ୍ଷେତ୍ର ପ୍ରାୟତଃ ଭଲ ରହିବ । କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ଲାଭବାନ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

Show More
Back to top button