ବାସ୍ତୁଶାସ୍ତ୍ରରାଶିଫଳ

ବୁଧବାର ରାଶିଫଳ : କେମିତି ରହିବ ଆଜିର ଦିନ

 ସତ୍ୟଶିଖା( ଭୁବନେଶ୍ୱର) ୨୪.୦୨.୨୦୨୧ :

ମେଷ – ଆଜି ଦିନଟିରେ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମିତ୍ରତା ସୃଷ୍ଟି ହୋଇପାରେ । ମନ ଭଲ ରହିବ ଏବଂ ସହମତିରେ କାମ କରିବାର ପ୍ରେରଣା ପଇବେ । ଶୁଭ ରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୬ ।
ବୃଷ – ଆଜି ଯାହା କରିବେ ସବୁ କ୍ଷେତ୍ରରେ ସାହାର୍ଯ୍ୟ ସହ-ଯୋଗର ଅଭାବ ରହିବ ନାହିଁ । କର୍ମ କ୍ଷେତ୍ରରେ ମିତ୍ରତା ସୃଷ୍ଟି କରିପାରନ୍ତି ଏବଂ ମନୋରଞ୍ଜନ କାର୍ଯ୍ୟରେ ରୁଚି ବଳିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।
ମିଥୁନ – ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଅସନ୍ତୁଷ୍ଟ ରହିବେ । କେତେକ କ୍ଷେତ୍ରରେ ମନର ଦୁଃଖକୁ ଲୁଚାଇ ରଖି ଉପର ମନରେ ହସି ହସି କଥା କହିବେ । ଶୁଭ ରଙ୍ଗ ପିଚ୍‌ । ଶୁଭ ଅଙ୍କ ୯ ।
କର୍କଟ – ହଠାତ୍‌ କର୍ମକ୍ଷେତ୍ରରେ କୌଣସି ସମସ୍ୟା ମନକୁ ବିଚଳିତ କରିପାରେ । କୌଣସି ମୂଲ୍ୟବାନ ଜିନିଷ ଖରିଦ କରିବା ସକାଶେ ଅର୍ଥ ଆବଶ୍ୟକ ହୋଇପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।
ସିଂହ – ଆଜି ଅନାବଶ୍ୟକ ଖର୍ଚ୍ଚ, କ୍ଷତି, ଯାନବାହନ କିମ୍ବା ଗୃହ ମତାମତି ବାବଦରେ ଚିନ୍ତା ସୃଷ୍ଟି ହୋଇପାରେ । ବିବାଦର ସମାଧାନ ସକାଶେ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡିପାରେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୭ ।
କନ୍ୟା – ଗତକାଲି ଯାହା ଚିନ୍ତା କରିଥିଲେ ଆଜି ତାହା କରିବାରେ ଅସୁବିଧା ହେବ ନାହିଁ । ଯେତେ ଚେଷ୍ଟା କଲେ ମଧ୍ୟ କାମଗୁଡିକ ସଂପୂର୍ଣ୍ଣ ପାଇଁ ବ୍ୟସ୍ତତା ବଢିପାରେ । ଶୁଭ ରଙ୍ଗ ପିଚ୍‌ । ଶୁଭ ଅଙ୍କ ୪ ।
ତୁଳା – ନିଜର ଦୃଢତା ହେତୁ କାମଗୁଡିକ ଠିକ୍‌ ଭାବରେ ହେବ, ମାତ୍ର ଏଥିପାଇଁ କଷ୍ଟ ସହିବାକୁ ପଡିବ । ବନ୍ଧୁମାନଙ୍କ ମଧ୍ୟରେ ପରୋକ୍ଷ ଭାବେ ସମାଲୋଚିତ ହୋଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୨ ।
ବିଛା – ଆଜିର ଯାତ୍ରା ପାଇଁ ଦିନଟି ଭଲ ଓ ଲକ୍ଷ୍ୟ ହାସଲରେ ସମର୍ଥ ହେବେ । ଚେଷ୍ଟା କରୁଥିବା କାମରେ ମିତ୍ର ବନ୍ଧୁମାନେ ଆବଶ୍ୟକ ସହ-ଯୋଗ କରିବେ । ଶୁଭ ଅଙ୍କ ମେରୁନ୍‌ । ଶୁଭ ଅଙ୍କ ୫ ।
ଧନୁ – ବହୁତ ପୂର୍ବରୁ ରହିଥିବା ସମସ୍ୟାଗୁଡିକ ଆପଣାଛାଏଁ ସମାଧାନ ହୋଇଯିବ । ମିତ୍ରମାନେ ମିଠା କଥା କହି ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହେବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୮ ।
ମକର – ଆଜି ଦିନଟିରେ ଖୁସି ମନରେ କାମ କରିବେ ଏବଂ ପ୍ରତ୍ୟେକ କାମ ଠିକ୍‌ ଠାକ୍‌ ଚାଲିବ । ପରିବାର ସହ ଆଲୋଚନା କରିବା ଭଲ ହେବ । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୩ ।
କୁମ୍ଭ – ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ ସବୁ କାମ ଡେରିରେ ହେବା କାରଣରୁ ମାନସିକ ସ୍ଥିତି ମାନ୍ଦା ରହିବ । ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୪ ।
ମୀନ- ବହୁତ ଚେଷ୍ଟା କରି ସମସ୍ୟା ସମାଧାନ ହେତୁ ଆଶ୍ୱସ୍ତି ଅନୁଭବ କରିବେ । ଆପଣ ଲାଜ ତ୍ୟାଗ କରି ପାଟି ଖୋଲିଲେ ପାଖରେ ଥିବା ବ୍ୟକ୍ତିମାନେ ସହ-ଯୋଗ କରିବେ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୯ ।

Show More
Back to top button