ଅସୁସ୍ଥ ବାପାଙ୍କୁ ଭେଟିବାକୁ ୨୧୦୦ କିମି ସାଇକେଲ୍ରେ ଗଲେ ଯୁବକ, ସହାୟତା କଲା ସିଆରପିଏଫ୍


ନୂଆଦିଲ୍ଲୀ: ମୁମ୍ବାଇରୁ ଜମ୍ମୁ-କଶ୍ମୀରରୁ ରଜୌରୀ। ବାପାଙ୍କୁ ଭେଟିବାକୁ ସାଇକେଲ୍ରେ ବାହାରିପଡ଼ିଥିଲେ ଜଣେ ଯୁବକ। ବାପାଙ୍କୁ ଭେଟିବାର ବ୍ୟାକୁଳତା କାରଣରୁ ୨୧୦୦ କିଲୋମିଟର ସତେ ଯେପରି ୨୧ କିଲୋମିଟର ପରି ଭାବିନେଇଥିଲେ। ଶେଷରେ ସିଆରିପିଏଫ୍ ସହାୟତା ହେଲ୍ପଲାଇନ୍ ଅସୁସ୍ଥ ବାପାଙ୍କୁ ପୁଅ ସହ ଭେଟ କରାଇବାକୁ ହାତ ବଢ଼ାଇଛି। କୁହାଯାଏ ପ୍ରେମରେ ପାହାଡ଼ ବି ଘୁଞ୍ଚିଯାଏ, ଏହି କ୍ଷେତ୍ରରେ କିନ୍ତୁ ବାପାଙ୍କ ପ୍ରତି ପୁଅର ପ୍ରେମ କଠୋର ମନେ ହେଉଥିବା ସିଆରପିଏଫ୍ ଯବାନଙ୍କ ହୃଦୟ ତରଳାଇ ଦେଇଛି।
The story of 30-year-old Mohammad Arif quest to cycle down a record 2,100 km from Mumbai to Rajouri, j&K has hit a chord with @CRPFmadadgaar & has come fwd to help the father son duo. In an extraordinary effort @crpfindia has airlifted the ailing father for treatment in Jammu. pic.twitter.com/VfeVRVcPdq
— kamaljit sandhu (@kamaljitsandhu) April 5, 2020
ଆହୁରି ପଢ଼ନ୍ତୁ
ଘଟଣା ଏପ୍ରିଲ ୧ ତାରିଖର। ଅରିଫ୍ ନାମକ ଏହି ୩୦ ବର୍ଷର ଯୁବକଙ୍କ ବାପା ୱାଜିର ହୁସେନ୍ ବ୍ରେନ୍ ଷ୍ଟ୍ରୋକ୍ କାରଣରୁ ଅସୁସ୍ଥ ହୋଇପଡ଼ିଥିଲେ। ଏପଟେ ମୁବ୍ଇରେ ପାର୍ଟ ଟାମ୍ ଗାର୍ଡ ଏବଂ ଟ୍ୟାକ୍ସି ଡ୍ରାଇଭର ଭାବେ କାର୍ଯ୍ୟରତ ଆରିଫ୍ ବାପାଙ୍କୁ ଫୋନ୍ କରିବା ପରେ ପଡ଼ୋଶୀ ରିସିଭ୍ କରିଥିଲେ। ପରେ ସବୁ କଥା ଜାଣିପାରିବାରୁ ତାଙ୍କ ମନ ବ୍ୟାକୁଳ ହୋଇଥିଲା।
ଲକ୍ଡାଉନ୍ ପାଇଁ ସବୁ କିଛି ବନ୍ଦ ଥିବାରୁ କିଛି ବିସ୍କୁଟ୍ ଧରି ସାଇକେଲ୍ରେ ବାହାରିଲେ ଭାରତର ଭୂସ୍ୱର୍ଗ ଜମ୍ମୁ-କଶ୍ମୀର। ଅସୁସ୍ଥ ବାପାଙ୍କୁ ଭେଟିବାକୁ ରଜୌରୀ ଆଡ଼କୁ ଆରମ୍ଭ କଲେ ୨୧୦୦ କିମିର ଯାତ୍ରା। ଅରିଫ୍ଙ୍କ କାହାଣୀ ଶୁଣି ସିଆରପିଏଫ୍ତ ନିଜ ଆଡ଼ୁ ସହାୟତାର ହାତ ବଢ଼ାଇଥିଲା। ତୁରନ୍ତ ଅରିଫ୍ଙ୍କ ବାପା ୱାଜିରଙ୍କୁ ବିମାନ ଯୋଗେ ଜମ୍ମୁର ସରକାରୀ ହସ୍ପିଟାଲ ନିଆଯାଇଥିଲା। ଏପଟେ ଅରିଫ୍ଙ୍କ ଆସିବା ଉପରେ ମଧ୍ୟ ନଜର ରଖଯାଇଥିଲା।
କରୋନା ପାଇଁ ୱାଜିରଙ୍କୁ ଏୟାର ଲିଫ୍ଟବେଳେ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥିଲା। ପାଇଲ୍ ଏବଂ ଅନ୍ୟ କ୍ରୁ ପିପିଇ କିଟ୍ ପିନ୍ଧିଥିଲେ। ଅରିଫ୍ଙ୍କ ବ୍ୟାକୁଳତାକୁ ବୁଝି ସିଆରପିଏଫ୍ ପକ୍ଷରୁ ତାଙ୍କୁ ୫ଟି ରାଜ୍ୟ ପାର୍ କରାଯାଇଥିଲା। ଅରିଫ୍ ଏତେ ବାଟ ସାଇକେଲ୍ ଚଲାଇବାରୁ ତାଙ୍କ ଅବସ୍ଥା ମଧ୍ୟ ଖରାପ ହୋଇଗଲାଣି। ସେ କିନ୍ତୁ ସାହସ ହାରିନାହାନ୍ତି। ଆଉ ୪ରୁ ୫ ଦିନ ପରେ ସେ ଜମ୍ମୁ ପହଞ୍ଚି ବାପାଙ୍କୁ ଭେଟିବେ। ଏହା ପୂର୍ବରୁ ସେ ସିଆରପିଏଫ୍ ପ୍ରତି କୃତଜ୍ଞତା ଜଣାଇଛନ୍ତି। ସିଆରପିଏଫ୍ର ହେଲ୍ପଲାଇନ୍ ‘ମଦଦ୍ଗାର’ ଟିମ୍ ଏହି କାହାଣୀର ଏକ ହାପି ଏଣ୍ଡିଂ ଅପେକ୍ଷାରେ ଅଛନ୍ତି।
[ad_2]