ସତ୍ୟଶିଖା ୨୭/୦୧/୨୦୨୧ : ଚଳିତ ରେଳ ବଜେଟରେ ଓଡ଼ିଶାକୁ ଦିଅ ୭୨୦୦ କୋଟି । ରେଳ ବଜେଟ ପାଇଁ ଓଡିଶା ଦାବି ଉପସ୍ଥାପନା କରିଛି । ରାଜ୍ୟ ସରକାର ଦୁଇଟି ପର୍ଯ୍ୟାୟରେ ଦାବି ଉପସ୍ଥାପନା କରିଛନ୍ତି । ୭ ହଜାର ୨ ଶହ କୋଟି ଦେବାକୁ ଦାବି କଲା ଓଡିଶା । ପୁରୁଣା ପ୍ରକଳ୍ପ ପାଇଁ ୩ ହଜାର ୫ ଶହ କୋଟି ଓ ନୂଆ ପ୍ରକଳ୍ପ ପାଇଁ ୩ ହଜାର ୭ ଶହ କୋଟି ଟଙ୍କା ଦେବାକୁ ଦାବି କରିଛନ୍ତି ରାଜ୍ୟ ସରକାର । ବିଜେଡି ସାସଂଦ ଅମର ପଟ୍ଟନାୟକ କହିଛନ୍ତି, କୋଭିଡ ସମୟରେ ଓଡିଶାରୁ ଭଲ ହୋଇଛି ଜିଏସଟି ଆଦାୟ । ତେଣୁ ରେଳ ବଜେଟରେ ଓଡିଶାକୁ ଅଧିକ ପ୍ରାଧାନ୍ୟ ଦେବାକୁ କହିଛନ୍ତି ଅମର ପଟ୍ଟନାୟକ ।
ଆସନ୍ତା ୨୯ରୁ କେନ୍ଦ୍ରୀୟ ବଜେଟ ଅଧବେଶନ ଆରମ୍ଭ ହେଉଛି । ସେହିଭଳି ଫେବ୍ରୁଆରୀ ପହିଲାରେ ସାଧାରଣରେ ବଜେଟ ପାରିତ ହେବ । ଜାନୁଆରୀ ୨୯ରୁ ଫେବୁଆରୀ ୮ ତାରିଖ ଯାଏଁ ବଜେଟ ଅଧିବେଶନ ଚାଲିବାର ଯୋଜନା ରହିଛି ।