ନ୍ୟୁଜ୍ରାଜ୍ୟ

ଖରାଦିନ ପୂର୍ବରୁ ଜଳକଷ୍ଟ l

ସତ୍ୟଶିଖା : ୧୮/୦୨/୨୦୨୫ : ୨ ଟି ନଳକୁପ ଭରସାରେ ୧୦ ଟି ୱାର୍ଡ ର ୫୦୦୦ ରୁ ଉର୍ଦ୍ଧ ଜନସଂଖ୍ୟା ବିଶିଷ୍ଟ ଗୋଟିଏ ଗାଁ । ନମ୍ବର ଆସିଲେ ମିଳିବ ପାଣି । ପାଣି ପାଇଁ ଏଠି ନିତି ଠେଲାପେଲା । ନଳକୂପ ପାଖେ ଗରା ବାଲ୍‌ଟି ଧରି ଲାଇନ୍ ଧରିଲେ ମିଳିବ ପାଣି । ବରଗଡ଼ ଜିଲ୍ଲା ସଦର ମହକୁମାରେ ଥିବା ଧାଙ୍ଗେର୍ ଗାଁରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ଗ୍ରୀଷ୍ମ ଆସି ନାହିଁ। ଏବେ ବସନ୍ତ ଋତୁ ଚାଲିଛି। ହେଲେ ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଏବେଠାରୁ ଜଳକଷ୍ଟ ଆରମ୍ଭ ହୋଇଛି। ବର

ଗଡ଼ ଜିଲା ସଦର ମହକୁମାଠାରୁ ମାତ୍ର କିଛି ଦୂରରେ ଧଙ୍ଗେର୍ ପଞ୍ଚାୟତରେ ଅନୁରୂପ ସ୍ଥିତି ଉପୁଜିଛି । ଏଠାରେ ମାତ୍ର ବ୍ୟବହାର ଉପଯୋଗୀ ୨ଟି ନଳକୂପ ଅଛି । ପାନୀୟଜଳ ଯୋଗାଣ ପାଇଁ ଓଭର ହେଡ୍‌ ଟ୍ୟାଙ୍କ ରହିଛି  ଘରେ ଘରେ ଟ୍ୟାପ ପଏଣ୍ଟ ମଧ୍ୟ ଦିଆଯାଇଛି ହେଲେ ଭୂତଳ ଜଳ ସମସ୍ୟା ପାଇଁ ତାହା କାର୍ଯ୍ୟକ୍ଷମ ହୋଇପାରୁନିି ।କିନ୍ତୁ ଗ୍ରାମକୁ ପାନୀୟଜଳ ଯୋଗାଣ ହେଇ ପାରୁନାହିଁ । ଏହି ଦୃଷ୍ଟିରୁ ଉକ୍ତ ଗ୍ରାମରେ ଏବେଠାରୁ ଜଳକଷ୍ଟ ଆରମ୍ଭ ହୋଇ ଯାଇଛି। ଅନ୍ୟପଟେ ପାନୀୟ ଜଳକଷ୍ଟ ଏଡ଼ାଇବାକୁ ଗ୍ରାମବାସୀ ଗାଁରେ ଖୋଳାଯାଇଥିବା ୨ଟି ଗଭୀର ନଳକୂପ ଉପରେ ନିର୍ଭରଶୀଳ ରହୁଛନ୍ତି। ଗ୍ରାମରେ ବିଭିନ୍ନ ପଡ଼ା ସମେତ ବିଭିନ୍ନ ସାହିକୁ ନେଇ ଏଠାରେ ଜନବସତି ରହିଛି।

ଏଠାରେ ଅଙ୍ଗନୱାଡି କେନ୍ଦ୍ରଠାରୁ ଆରମ୍ଭ କରି ପ୍ରାଥମିକ ବିଦ୍ୟାଳୟ ଯାଏ ଶିକ୍ଷାନୁଷ୍ଠାନ ରହିଛି। ହେଲେ ଗ୍ରାମରେ ପାନୀୟଜଳ ସମସ୍ୟା ସାଧାରଣରେ ପରିଣତ ହୋଇଯାଇଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘବର୍ଷ ଧରି ଅସନ୍ତୋଷ ଲାଗି ରହିଛି। ଗ୍ରାମରେ କୂଅ, ନଳକୂପ ରହିଛି। କିନ୍ତୁ ଜଳସ୍ତର ହ୍ରାସ ଯୋଗୁ ଗ୍ରୀଷ୍ମ ନ ଆସୁଣୁ ଗ୍ରାମର କୂଅ, ନଳକୂପରେ ଜଳସ୍ତର ହ୍ରାସ ହୋଇଥାଏ। ଏପରିକି ନଳକୂଅରୁ ପାଣି ଆଦୌ ବାହାରି ନଥାଏ । ଆମ ଗ୍ରାମରେ ପାନୀୟଜଳ ସମସ୍ୟା ଏକ ନୂଆଁ ନୁହେଁ । ଦୀର୍ଘବର୍ଷରୁ ଏହି ସମସ୍ୟା ଲାଗି ରହଛି। ଗ୍ରାମରେ ନଳକୂପ ରହିଛି ବୋଲି କହିଛନ୍ତି ଗ୍ରାମ ବାସୀ । ରାତି ପାହିଲେ ଶହ ଶହ ମହିଳାଙ୍କ ଭିଡ଼ ରୁହେ ଦୁଇଟି ନଳକୂପରେ କାମ ଧନ୍ଦା ଛାଡ଼ି ପାଣି ପାଇଁ ଘଣ୍ଟା ଘଣ୍ଟା ଲାଇନ୍ ଧରି ଛିଡ଼ା ହେବାକୁ ପଡ଼ୁଛି ବାରମ୍ବାର ଅଭିଯୋଗ କଲେବି ସମସ୍ୟାର ସମାଧାନ ହେଉନାହିଁ ଗ୍ରାମବାସୀ କହୁଥିବା ବେଳେ ଗ୍ରାମ୍ୟ ଜଳ ଯୋଗାଣ ଅଧିକ୍ଷଣ ଯନ୍ତ୍ରୀ  ତୁରନ୍ତ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Show More
Back to top button