ସତ୍ୟଶିଖା (ନୂଆଦିଲ୍ଲୀ) ୦୪/୦୧/୨୦୨୧ : ଗ୍ରାହକଙ୍କୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ବଡ ଚେତାବନୀ । ସୋସିଆଲ ମିଡିଆର କମ୍ ବ୍ୟବହାର କରନ୍ତୁ । କୌଣସି ଭ୍ରମାତ୍ମକ ମେସେଜ ଦ୍ବାରା ପ୍ରଭାବିତ ହୁଅନ୍ତୁନାହିଁ । ବଢୁଥିବା ସାଇବର କ୍ରାଇମ୍ କାରଣରୁ ଆପଣଙ୍କ ଆକାଉଣ୍ଟରୁ ପୂରା ଟଙ୍କା ଗାଏବ ହୋଇଯାଇପାରେ । ଗ୍ରାହକମାନଙ୍କୁ ଆଲର୍ଟ ରହିବାକୁ ବ୍ୟାଙ୍କ୍ ପକ୍ଷରୁ ଚେତାଇ ଦିଆଯାଇଛି । ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି ଯେ, ସାଇବର ଠକମାନେ ସୋସିଆଲ ମିଡିଆରେ ଭ୍ରମାତ୍ମକ ମେସେଜ ପଠାଉଛନ୍ତି । ବର୍ତ୍ତମାନ ବ୍ୟାଙ୍କ୍ ପକ୍ଷରୁ ଗ୍ରାହକମାନଙ୍କୁ ଏଭଳି କୌଣସି ମେସେଜ ପଠାଯାଇନାହିଁ ।
ଚେତାବନୀ SBIର
