୩ ଅଙ୍ଗଦାତାଙ୍କ ପରିବାରକୁ ସୁରଜ ସମ୍ମାନ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ l


ସତ୍ୟଶିଖା ୧୩ .୦୮.୨୦୨୦ : ଆଜି ବିଶ୍ୱ ଅଙ୍ଗଦାନ ଦିବସ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଅଙ୍ଗଦାନ ପୁରସ୍କାର କାର୍ଯ୍ୟକ୍ରମ । ସକରାରଙ୍କ ପକ୍ଷରୁ ଏହି ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭିଡିଓ କନ୍ଫରେନ୍ସିଂ ଜରିଆରେ ଅଙ୍ଗଦାନ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନ ପ୍ରଦାନ କରିବା ସହ ପୁରସ୍କାର ରାଶି ଦେଇଛନ୍ତି । ଅଙ୍ଗଦାତା ପି. ପ୍ରିୟଙ୍କାରାଣୀ ପାତ୍ର , ସୁଚିତ୍ରା ଦାସ ଓ ରାଜଲକ୍ଷ୍ମୀ ଦାସଙ୍କ ପରିବାରକୁ ସୁରଜ ସମ୍ମାନ ପ୍ରଦାନ କରାଯାଇଛି ।
କୁହନ୍ତି ଅଙ୍ଗଦାନ ମହାପୁଣ୍ୟ । ଅଙ୍ଗଦାନ କରିବା ଦ୍ଵାରା ଆଉ କେହି ନୂଆଜନ୍ମ ପାଇଥାନ୍ତି । ତେଣୁ ଅଙ୍ଗଦାନକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ଅବସରରେ ସକରାରଙ୍କ ପକ୍ଷରୁ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭିଡିଓ କନ୍ଫରେନ୍ସିଂ ଜରିଆରେ ଅଙ୍ଗଦାନ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅଙ୍ଗଦାନ କରିଥିବା ପି. ପ୍ରିୟଙ୍କାରାଣୀ ପାତ୍ର , ସୁଚିତ୍ରା ଦାସ ଓ ରାଜଲକ୍ଷ୍ମୀ ଦାସଙ୍କ ପରିବାରକୁ ସୁରଜ ସମ୍ମାନ ପ୍ରଦାନ କରିବା ସହ ୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମୟରେ ମୁଖ୍ୟମନ୍ତ୍ରୀ ଅଙ୍ଗଦାତାଙ୍କ ପରିବାରକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଅଙ୍ଗଦାନ କରିଥିବା ବ୍ୟକ୍ତି ସର୍ବଦା ସ୍ମରଣୀୟ ହୋଇ ରହିବେ ।