ସତ୍ୟଶିଖା ୨୫/୧୧/୨୦୨୦: ଯଦି ଆପଣଙ୍କ ପେଟର ଚର୍ବି ଆପଣଙ୍କ ସୌନ୍ଦର୍ଯ୍ୟକୁ ଫିକା କରି ଦେଉଛି ତେବେ ଶୀତଦିନ ଏଥିରୁ ମୁକ୍ତି ଦେବାରେ ସହାୟକ ହେବ । ପେଟରେ ଚର୍ବି କେବଳ ଆପଣଙ୍କ ଶରୀରର ସୌନ୍ଦର୍ଯ୍ୟକୁ କମ୍ କରିନଥାଏ ବରଂ ଏହା ଉତ୍ତମ ସ୍ବାସ୍ଥ୍ୟ ପାଇଁ ହାନିକାରକ ହେବ । ବିଶୃଙ୍ଖଳିତ ଦିନଚର୍ଯ୍ୟା ଏବଂ ଓ୍ବାର୍କଆଉଟର ଅଭାବ ଯୋଗୁଁ ପେଟ ପାଖରେ ଅତିରିକ୍ତ ଚର୍ବି ଜମା ହେବାକୁ ଲାଗିଥାଏ,ଯାହାକୁ ଇଂରାଜୀରେ ବେଲି ଫ୍ୟାଟ୍ କୁହାଯାଇଥାଏ । ଶୀତଦିନେ ଏପରି ଅନେକ ଖାଦ୍ୟ ରହିଛି ଯାହା ସାହାଯ୍ୟରେ ଆପଣ ଘରେ ବସି ନିଜ ବେଲି ଫ୍ୟାଟ୍ରୁ ମୁକ୍ତି ପାଇ ପାରିବେ । ଆସନ୍ତୁ ଜାଣିବା ଏହି ଖାଦ୍ୟ ଗୁଡ଼ିକ ବିଷୟରେ ।
୨. ଗାଜର : ଶୀତଦିନେ ମିଳୁଥିବା ଗାଜରରେ କ୍ୟାଲୋରୀର ମାତ୍ରା କମ୍ ହୋଇଥାଏ ।
୩. ବ୍ରୋକୋଲି : ବ୍ରୋକୋଲିରେ ଥିବା କ୍ୟାଲସିୟମ୍ ଏବଂ ଭିଟାମିନ୍ ସି ମେଟାବଲିଜମ୍ ବୁଷ୍ଟ୍ କରି ଶରୀରର ଫ୍ୟାଟକୁ ବର୍ଣ୍ଣ କରିବାରେ ସାହାଯ୍ୟ କରିଥାଏ ।
୪. କୋବି : କୋବିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଏବଂ ଭିଟାମିନ୍ ସି ଓଜନ କମ୍ କରିବାରେ ସହାୟକ ହୋଇଥାଏ ।
୫.କାକୁଡ଼ି : କାକୁଡ଼ି ଫାଇବରର ଭଲ ସ୍ରୋତ ହୋଇଥାଏ । ଶୀତଦିନେ କାକୁଡ଼ି ସେବନ କରିବା ଦ୍ବାରା ବ୍ୟକ୍ତି ଡି-ହାଇଡ୍ରେଟ୍ ହେବାରୁ ବର୍ତ୍ତିଥାଏ ।