ଘରକରଣା

ଦୂରେଇବାକୁ ଚାହୁଁଛନ୍ତି କି ଆର୍ଥିକ ସଙ୍କଟ ?

ସତ୍ୟଶିଖା (ଭୁବନେଶ୍ୱର) ୦୨/୧୨/୨୦୨୦ : ଜୀବନରେ ବାସ୍ତୁଶାସ୍ତ୍ରର ଅନେକ ମହତ୍ତ୍ୱ ରହିଛି। ବାସ୍ତୁଶାସ୍ତ୍ର ଜୀବନଶୈଳୀ ଉପରେ ବିଭିନ୍ନ ପ୍ରଭାବ ପକାଇଥାଏ । ବାସ୍ତୁଶାସ୍ତ୍ର ଅନେକ ସମସ୍ୟା ସମାଧାନ କରିଥାଏ । ସେଥିପାଇଁ ଲୋକେ ଘର ତିଆରି କରିବା ପୂର୍ବରୁ ବାସ୍ତୁଶାସ୍ତ୍ରର ସବୁ ଦିଗ ପ୍ରତି ଦୃଷ୍ଟି ନେଇ ଘର ତିଆରି କରିଥାନ୍ତି । ବାସ୍ତୁ ନିୟମ ଅନୁସରଣ କରି ଜୀବନକୁ ସୁଖମୟ କରାଯାଇପାରିବ । ବାସ୍ତୁଶାସ୍ତ୍ରରେ ଏମିତି କିଛି ନିୟମ ରହିଛି ଯାହାକୁ ଅଣଦେଖା କରିବା ଦ୍ୱାରା ଜୀବନ ଉପରେ ତାର ନକାରାତ୍ମକ ପ୍ରଭାବ ପଡିଥାଏ । ନକାରାତ୍ମକ ପ୍ରଭାବ ଅନେକ ସମସ୍ୟା ସୃଷ୍ଟି କରିପାରେ । ବାସ୍ତୁଶାସ୍ତ୍ରର ଏହି ସରଳ ନିୟମ ପାଳନ କରିବା ଦ୍ୱାରା ଜୀବନରେ ସକାରାତ୍ମକ ପ୍ରଭାବ ପଡିବ । ବାସ୍ତୁଶାସ୍ତ୍ରରେ ଏମିତି ବି କିଛି ନିୟମ ରହିଛି ଯାହାକୁ ଅଣଦେଖା କଲେ ଆର୍ଥିକ ସଙ୍କଟ ମଧ୍ୟ ଦେଖାଦେଇପାରେ ।ଜାଣନ୍ତୁ ବାସ୍ତୁଶାସ୍ତ୍ରର ସରଳ ନିୟମ :

୧. ଘର ସର୍ବଦା ସଫାସୁତୁରା ଓ ସ୍ୱଚ୍ଛ ରଖିବା ଉଚିତ ।

୨. ଘରେ ଯେଉଁ ସ୍ଥାନରେ ଟ୍ରେଜେରି ଅଛି ବା ଧନ ରଖନ୍ତି ସେଠାରେ ବୁଢିଆଣୀ ଜାଲ ରହିବାକୁ ଦିଆନ୍ତୁନି, ସର୍ବଦା ସଫା ରଖନ୍ତୁ ।

୩. ଟଙ୍କା ରଖୁଥିବା ଆଲମିରା ବା ଟ୍ରେଜେରି ଏହିଭଳି ରଖନ୍ତୁ ଯେପରି ତାହା ଉତ୍ତର ଦିଗ ଆଡକୁ ଖୋଲୁଥିବ ।

୪. ଯେଉଁ ଆଲମିରା ଆପଣ ଟଙ୍କା, ଗହଣା ଆଦି ରଖୁଛନ୍ତି ତାହା କେବେ ବି ଦକ୍ଷିଣ ଦିଗ ଆଡକୁ ଖୋଲିବା ଉଚିତ ନୁହେଁ, ତାର ମୁହଁ ଉତ୍ତର ଆଡକୁ ରହିବ ଉଚିତ ।

୫. ଘରେ ଅଯଥା ପାଣି ନଷ୍ଟ କରନ୍ତୁନି, ଘରେ ନଳରୁ ପାଣି ଝରିବା ଶୁଭ ନୁହେଁ, ଘରେ ଅଯଥା ନଳରୁ ପାଣି ଝରୁଥିଲେ ଟଙ୍କା ରହେନାହିଁ ଏବଂ ଆର୍ଥିକ ସଙ୍କଟ ଦେଖାଦିଏ ବୋଲି କୁହାଯାଏ ।

୬. ଖାଇବା ବେଳେ ମନେରଖିବେ, ଭୋଜନ ଥାଳିକୁ କୌଣସି ପିଢା କିମ୍ବା ଆସନରେ ସମ୍ମାନର ସହ ରଖିବା ଉଚିତ, ଅନ୍ନକୁ ସର୍ବଦା ସମ୍ମାନ ଦେବା ଉଚିତ ।

୭. ଖାଇବା ପରେ ଭୋଜନ ଥାଳିରେ କେବେ ବି ହାତ ଧୁଅନ୍ତୁ ନାହିଁ । ରାତିରେ ଘରେ ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ, ବାସନ ସଫା କରି ଶୋଇବା ଉଚିତ ।

୮. ଘରର ରୋଷେଇ ଘର ସବୁବେଳେ ଆଗ୍ନେୟ କୋଣରେ ରହିବ ଉଚିତ ।

୯. ଟଏଲେଟ, ଗାଧୁଆଘର, ରୋଷେଇ ଘର ଗୋଟିଏ ସିଧାରେ ନିର୍ମାଣ କରିବା ଉଚିତ ନୁହେଁ ।

୧୦. ଘରର ରୋଷେଇଘର ଓ ଟଏଲେଟ କବାଟ କେବେ ବି ସମ୍ନାସାମ୍ନି ରଖିବା ଉଚିତ ନୁହେଁ ।

Show More
Back to top button