ସତ୍ୟଶିଖା (ଓର୍ଲାଣ୍ଡୋ) ୩୧/୧୦/୨୦୨୦ : କରୋନା ଭାଇରସ ମହାମାରୀ ଆମେରିକାକୁ ଗୁରୁତର ପ୍ରଭାବିତ କରିଛି । ବାଣିଜ୍ୟ, ବ୍ୟବସାୟ ହ୍ରାସ ହୋଇଥିବା ବେଳେ ସବୁ କ୍ଷେତ୍ରରେ ଛଟେଇ ହେଉଛି । ଏହି କ୍ରମରେ ଏଣ୍ଟରଟୈନମେଣ୍ଟ କମ୍ପାନୀ ୱାଲ୍ଟ ଡିଜନୀରେ କର୍ମଚାରୀ ଛଟେଇ ଆରମ୍ଭ ହୋଇଛି । କମ୍ପାନୀ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିବେ ବୋଲି ଘୋଷଣା କରିଛନ୍ତି । ଏହି ଛଟେଇ ଚଳିତବର୍ଷ ଶେଷ ପର୍ଯ୍ୟନ୍ତ ଜାରି ରହିବ ବୋଲି କମ୍ପାନୀ ସୂତ୍ରରୁ ସୂଚନା ମିଳିଛି । କମ୍ପାନୀଙ୍କ ଏହି ନିଷ୍ପତ୍ତି ପରେ ଫ୍ଲୋରିଡାସ୍ଥିତ କମ୍ପାନୀରୁ ଛଟେଇ କର୍ମଚାରୀଙ୍କ ସଂଖ୍ୟା ୧୮ ହଜାରରେ ପହଞ୍ଚିଯିବ ବୋଲି ଏକ ଆକଳନ କରାଯାଇଛି ।
ୱାଲ୍ଟ ଡିଜନୀ ୱାର୍ଲଡରେ ଚାଲିଛି କର୍ମଚାରୀ ଛଟେଇ : କରୋନା ପାଇଁ
