ଦୁର୍ଘଟଣାରାଜ୍ୟ

ଘାଟିରେ ଯାତ୍ରୀବାହୀ ବସ ଓଲଟି ୪ ଗୁରୁତର, ୩୦ ଆହତ

ସତ୍ୟଶିଖା (ଠାକୁରମୁଣ୍ଡା )୦୪ .୦୩.୨୦୨୧:  ମୟୁରଭଞ୍ଜ ଜିଲା ଅନ୍ତର୍ଗତ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ଗୋଡଭଙ୍ଗା ଘାଟିରେ ଗୁରୁବାର ସକାଳ ୯ଟା ୩୦ରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୩୦ ଜଣ ଯାତ୍ରୀ ଆହତ ହେବା ସହ ୪ ଗୁରୁତର ହୋଇଛନ୍ତି। ଖବର ପାଇ ଉଦ୍ଧାରକାରୀ ଦଳ ଗୁରୁତର ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଇରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ତାରିଣୀ ନାମକ ଯାତ୍ରୀବାହୀ ବସଟି ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବସରେ ପ୍ରାୟ ୩୫ରୁ ଅଧିକ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି।

Show More
Back to top button