ନ୍ୟୁଜ୍ବାଣିଜ୍ୟରାଜ୍ୟ

ହୀରା ଗହଣାରେ ନୂଆ ସମ୍ଭାର: ରିଲାଏନ୍ସ ଜୁଏଲସ୍‌, ତନିସ୍କ

ସତ୍ୟଶିଖା (ଭୁବନେଶ୍ୱର) ୨୨/୦୧/୨୦୨୧ : ଅଳଙ୍କାର ପ୍ରତି ନାରୀମାନଙ୍କ ଦୁର୍ବଳତା ରହିଛି । ଘରଣୀଙ୍କ ଠାରୁ ଆରମ୍ଭ କରି କର୍ମମୟ ଜୀବନରେ ବ୍ୟସ୍ତ ଥିବା ମହିଳା ଭଳି ସବୁ ବର୍ଗର ମହିଳା ଅଳଙ୍କାର ପିନ୍ଧିବାକୁ ଭଲ ପାଆନ୍ତି । ଗ୍ରାହକମାନଙ୍କ ରୁଚିକୁ ନଜରରେ ରଖି ଗହଣା କଂପାନିଗୁଡ଼ିକ ନିୟମିତ ବ୍ୟବଧାନରେ ନୂଆ ନୂଆ ସମ୍ଭାର ଉପସ୍ଥାପନ କରୁଛନ୍ତି । ହୀରା ଗହଣା ଓ ଅଳଙ୍କାରକୁ ପସନ୍ଦ କରୁଥିବା ଗ୍ରାହକମାନଙ୍କ ପାଇଁ ଜାନୁଆରି ହେଉଛି ଏକ ବହୁତ ଭଲ ମାସ । ଦେଶର ଦୁଇଟି ପ୍ରମୁଖ ଗହଣା ପ୍ରତିଷ୍ଠାନ ହୀରା ଉପରେ ଉପସ୍ଥାପନ କରିଛନ୍ତି ଆକର୍ଷଣୀୟ ଗହଣା ସମ୍ଭାର ଓ ଅଫର । ତନିସ୍କ ପକ୍ଷରୁ ହୀରା ଗହଣା ଉପରେ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି । ସେହିପରି ରିଲାଏନ୍ସ ଜୁଏଲସ୍‌ ତରଫରୁ ନୂଆ ହୀରା ଗହଣା ସମ୍ଭାରକୁ ଉନ୍ମୋଚନ କରାଯାଇଛି ।

ରିଲାଏନ୍ସ ଜୁଏଲସ୍‌
ରିଲାଏନ୍ସ ଜୁଏଲ୍ସ ହୀରା ଅଳଙ୍କାରର ଏକ ନୂଆ ଓ ଟ୍ରେଣ୍ଡି ସମ୍ଭାର ଆଣିଛି ଯାହା ପାର୍ଟି ଓ କକ୍‌ଟେଲ୍ ପାଇଁ ବିଶେଷ ଭାବରେ ଉପଯୁକ୍ତ । ଏହି ସମ୍ଭାରରେ ରହିଛି ଷ୍ଟାଇଲିସ୍ ଇଅରରିଂ, ରିଙ୍ଗ୍‌, ବ୍ରେସଲେଟ୍‌, ପେଣ୍ଡେଂଟ ଓ ନେକ୍‌ଲେସ୍ । ଏହି କଲେକ୍ସନ ଓଡିଶାର ଭୁବନେଶ୍ୱର, କଟକ, ରାଉରକେଲା, ଅନୁଗୁଳ ଓ ବ୍ରହ୍ମପୁର ସହର ସମେତ ସାରା ଭାରତରେ ରିଲାଏନ୍ସ ଜୁଏଲ୍ସ ଆଉଟଲେଟ ଗୁଡିକରେ ଉପଲବ୍ଧ ହୋଇଛି । ଗ୍ରାହକ ରିଲାଏନ୍ସ ଜୁଏଲ୍ସ ସୋ’ରୁମରୁ କିଣାକିଣି କରି ସୁନା ଗହଣାର ଗଢ଼ା ମଜୁରିରେ ୩୦% ପର୍ଯ୍ୟନ୍ତ ସ୍ୱତନ୍ତ୍ର ରିହାତି ପାଇପାରିବେ । ଏହା ସହିତ ହୀରା ଗହଣାରେ ମଧ୍ୟ ୩୦% ରିହାତି ଉପଲବ୍ଧ ରହିଛି ।ତନିସ୍କ
ହୀରା ଗହଣା ପ୍ରେମୀଙ୍କ ପାଇଁ ତନିସ୍କ ପକ୍ଷରୁ ‘ସଗୁନ୍ ଫର ୨୧’ ଅଭିଯାନ ଘୋଷଣା କରାଯାଇଛି । ନୂଆବର୍ଷରେ ନୂଆ ଚମକ ଆଣିବାର ପ୍ରତିଶ୍ରୁତି ନେଇ କଂପାନି ହୀରା ଗହଣା ଉପରେ ସ୍ୱତନ୍ତ୍ର ରିହାତି ଘୋଷଣା କରିଛି । ଗ୍ରାହକମାନେ ହୀରା ଗହଣା ମୂଲ୍ୟ ଉପରେ ୨୧% ପର୍ଯ୍ୟନ୍ତ ରିହାତି ପାଇପାରିବେ । କଂପାନି ପକ୍ଷରୁ ୧୨ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ହୀରା ଗହଣା ଉପରେ ଅତିରିକ୍ତ ରିହାତି ପ୍ରଦାନ କରାଯାଉଛି । ଗ୍ରାହକମାନେ ନିଜ ପୁରୁଣା ସୁନା ଗହଣା ବଦଳାଇ ହୀରା ଗହଣା ନେଇପାରିବେ । ସୁନା ଏକ୍ସଚେଞ୍ଜ୍‌ ଉପରେ କଂପାନି ୧୦୦% ମୂଲ୍ୟ ପ୍ରଦାନ କରୁଛି । ଗ୍ରାହକମାନେ ତନିସ୍କ ଷ୍ଟୋର୍‌ କିମ୍ବା ଅନ୍‌ଲାଇନ୍‌ରେ ସପିଙ୍ଗ୍‌ କରିପାରିବେ ।

Show More
Back to top button