ଦେଶନ୍ୟୁଜ୍ରାଜ୍ୟ

ଆଜି ପ୍ରଥମ ଶୁଣାଣି ପଟିଆଲା ହାଉସ କୋର୍ଟରେ ବର୍ଷା-ଅନୁଭବଙ୍କ ଛାଡ଼ପତ୍ର ମାମଲାର l

ସତ୍ୟଶିଖା ( ନୂଆଦିଲ୍ଲୀ/ଭୁବନେଶ୍ୱର ) ୦୭ .୧୦.୨୦୨୦ :  କେନ୍ଦ୍ରପଡ଼ା ସାଂସଦ ତଥା ଓଲିଉଡ଼ର ଷ୍ଟାର ଦମ୍ପତି ବର୍ଷା-ଅନୁଭବଙ୍କ ବୈବାହିକ ଜୀବନରେ ସୃଷ୍ଟି ହୋଇଥିବା ବିବାଦ ଏବେ କଟକ ଏସଡିଜେମ କୋର୍ଟଙ୍କ ବିଚାରଧୀନ ରହିଛି ।  ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ସାଂସଦ ଅନୁଭବ ମହାନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଛାଡ଼ପତ୍ର ପିଟିସନ ଦାଖଲ କରିଛନ୍ତି । ଏହାର ଆଜି ପ୍ରଥମ ଶୁଣାଣି ରହିଛି ।  ତେବେ ଏହି ମାମଲାକୁ କଟକ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟ ରେ  ଆବେଦନ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ତାଙ୍କ ମତ ନନେଇ ରାୟ ପ୍ରଦାନ ଉପରେ ଅନୁଭବ ବର୍ଷାଙ୍କ ପିଟିସନ ଉପରେ କ୍ୟାଭେଟ୍ ଫାଇଲ ମଧ୍ୟ କରିଥିଲେ ।ତେଣୁ ମାମଲାକୁ କଟକ ସ୍ଥାନାନ୍ତର ଲାଗି ବର୍ଷା ଆଜି ପଟିଆଲା କୋର୍ଟ ରେ ଅନୁରୋଧ କରି ପାରନ୍ତି । ଅନ୍ୟପଟେ ଅନୁଭବ ଙ୍କ ଓକିଲ ଏ ନେଇ ପୂର୍ବରୁ କହି ସାରିଛନ୍ତି ମାମଲା ଯେଉଁଠି ଶୁଣାଣି ହେଲେ ଅନୁଭବ ଙ୍କର କିଛି ଅସୁବିଧା ନାହିଁ । ତେବେ କୋର୍ଟ ରେ କାହା ପଲ୍ଲା ଭାରି ହେଉଛି । କିଏ କେଉଁ ପ୍ରକାର ଯୁକ୍ତି ରଖୁଛନ୍ତି ତାହା ଆଜିର ଶୁଣାଣି ରେ ଜଣା ପଡିବ । ତେବେ ସୂତ୍ର ଅନୁସାରେ ପ୍ରଥମ ଶୁଣାଣି ରେ ଅନୁଭବ କୋର୍ଟ ରେ ଉପସ୍ଥିତ ରହି ପାରନ୍ତି ।  କିଛିଦିନ ତଳେ ଏହି ପ୍ରସଙ୍ଗକୁ ନେଇ ଉଭୟ ବର୍ଷା ଓ ଅନୁଭବ ସୋସିଆଲ ମିଡ଼ିଆରେ ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରିଥିବା ଦେଖିବାକୁ ମିଳିଥିଲା ।

Show More
Back to top button