ସତ୍ୟଶିଖା (ଭୁବନେଶ୍ୱର) ୨/୧୧/୨୦୨୦ : ଆସନ୍ତାକାଲି ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ହେବ ଭୋଟ୍ ଗ୍ରହଣ । ଭୋଟିଂ ପାଇଁ ପୋଲିଂ ପାର୍ଟି ଗୁଡିକ ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚିଲେଣି। ତିର୍ତ୍ତୋଲ, ରଘୁନାଥପୁର ଓ ବିରିଡି ବ୍ଲକର ମୋଟ ୩୭୩ ମତଦାନ କେନ୍ଦ୍ରକୁ ଯାଇଛନ୍ତି ପୋଲିଂ ପାର୍ଟି ।
ଭୋଟ ଗ୍ରହଣ ପାଇଁ ମୋଟ ୧୯୪୦ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସର ନିୟୋଜିତ ହୋଇଥିବା ବେଳେ ୩୩ ଜଣ ସେକ୍ଟର ଅଫିସର ନିୟୋଜିତ ହୋଇଛନ୍ତି । ଏହି ଉପନିର୍ବାଚନ ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୬୨ ଜଣ ସିଏପିଫ, ୩୭ ୱେବ କାଷ୍ଟିଙ୍ଗ ଟିମ୍ , ୪୦ ମାଇକ୍ରୋ ଅବଜରଭର, ୫ଟି ଭିଡିଓ ଗ୍ରାଫି ଟିମ୍ ନିୟୋଜିତ କରାଯାଇଛି । ୧୧ ଟି ସ୍ଥାନରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୨ଲକ୍ଷ ୩୯ ହଜାର ୧୫୩ ଜଣ ମତଦାତା ସେମାନଙ୍କର ମତ ସାବ୍ୟସ୍ତ କରିବେ ।