

ସତ୍ୟଶିଖା( ବିଶାଖାପାଟନମ୍)୧୪.୦୬. ୨୦୨୨ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଚଳିତ ଟି-୨୦ ଶୃଙ୍ଖଳାର ୩ୟ ମୁକାବିଲା ହେବ । ଆନ୍ଧ୍ରପ୍ରଦେଶର ବିଶାଖାପାଟନମସ୍ଥିତ ଡ. ୱାଇ ଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଆଜି ରାତି ୭ଟାରୁ ଏହି ମ୍ୟାଚ ହେବ । ତେବେ ଭାରତ ପାଇଁ ଏହି ମ୍ୟାଚ୍ କର ବା ମର ସ୍ଥିତି ହୋଇଛି । କାରଣ ଶୃଙ୍ଖଳାର ପ୍ରଥମ ୨ଟି ମ୍ୟାଚ ଜିତିଛି ଦକ୍ଷିଣ ଆଫ୍ରିକା । ତେଣୁ ଋଷଭ ପନ୍ତଙ୍କ ଉପରେ ଚାପ ପଡ଼ିଛି ।
ଭାରତ ଆଜିର ମ୍ୟାଚ ଜିତି ଦକ୍ଷିଣ ଆଫ୍ରିକା ଉପରେ ଚାପ ପ୍ରୟୋଗ କରିବାକୁ ଚାହିଁ । ଅନ୍ୟପଟରେ ଦକ୍ଷିଣ ଆଫ୍ରିକା ଆଜିର ମ୍ୟାଚ ଜିତି ଶୃଙ୍ଖଳା ନିଜ ହାତମୁଠାକ ନେବା ପାଇଁ ଚାହିଁବ । ସୂଚନାଯୋଗ୍ୟ ଅତିଥି ଟିମ ଦିଲ୍ଲୀରେ ୭ ୱିକେଟ ଓ କଟକରେ ୪ ୱିକେଟରେ ମ୍ୟାଚ ଜିତିଥିଲା ।
ଦିଲ୍ଲୀ ମ୍ୟାଚରେ ଭାରତୀୟ ଟିମ ମଜବୁତ ରନ୍ ସଂଗ୍ରହ କରିଥିଲା । କିନ୍ତୁ ବୋଲିଂ ଓ ଫିଲ୍ଡିରେ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ସେହିପରି କଟକରେ ଭୁବନେଶ୍ୱର କୁମାର (୪/୧୩))ଙ୍କ ବ୍ୟତୀତ ଅନ୍ୟ ବୋଲରମାନେ ମହଙ୍ଗା ପଡ଼ିଥିଲେ, ଯେଉଁଥି ପାଇଁ ମ୍ୟାଚ ହାରିବାକୁ ପଡ଼ିଥିଲା । ତେଣୁ ଭାରତୀୟ ଟିମ୍ର ବୋଲିଂରେ ଆଜି ପରିବର୍ତ୍ତନ ଆସିପାରେ ।