ଭୋଡାଫୋନକୁ ବଡ ଆଶ୍ଵସ୍ତି, ଭାରତ ସରକାର ବିରୋଧରେ ଜିତିଲା ୨୦ ହଜାର କୋଟି ଟଙ୍କାର ମୋକଦ୍ଦମା l

ସତ୍ୟଶିକ୍ଷା (ନୂଆଦିଲ୍ଲୀ) ୨୫ .୦୯.୨୦୨୦ : ବ୍ରିଟେନର ଟେଲିକମ୍ କମ୍ପାନୀ ଭୋଡାଫୋନ ଭାରତ ସରକାରଙ୍କ ବିରୋଧରେ ଅନ୍ତରାଷ୍ଟ୍ରୀୟ ମଧ୍ୟସ୍ଥତାର ଏକ ଗୁରୁତ୍ଵପୂର୍ଣ୍ଣ ମୋକଦ୍ଦମା ଜିତି ଯାଇଛି । ପ୍ରାୟ ୨୦ ହଜାର କୋଟି ଟଙ୍କାର ଏହି ମାମଲା ରେଟ୍ରୋସ୍ପୋକ୍ଟିଭ୍ ଟ୍ୟାକ୍ସ ସହ ଜଡିତ ଥିଲା । ଏହି କେସ୍‌ରେ ଭୋଡାଫୋନ ପକ୍ଷରେ ନିଷ୍ପତ୍ତି ଆସିଛି । ଭାରତ ସରକାର ଓ ଭୋଡାଫୋନ ମଧ୍ୟରେ ଏହି ମାମଲା ୨୦ ହଜାର କୋଟି ଟଙ୍କାର ରେଟ୍ରୋସ୍ପୋକ୍ଟିଭ୍ ଟ୍ୟାକ୍ସକୁ ନେଇ ଥିଲା ।ଭୋଡାଫୋନ ଓ ସରକାରଙ୍କ ମଧ୍ୟରେ କୌଣସି ସହମତି ହୋଇନପାରିବାରୁ ୨୦୧୬ରେ କମ୍ପାନୀ ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟର ଦ୍ଵାରସ୍ଥ ହୋଇଥିଲା । ଲମ୍ବା ଶୁଣାଣି ପରେ ଭୋଡାଫୋନକୁ ଏବେ ଆଶ୍ଵସ୍ତି ମିଳିଛି । ଉଲ୍ଲେଖନୀୟ ଭାରତରେ ଭୋଡାଫୋନ ଆଇଡିଆ ସହ ମିଶି ଗ୍ରାହକଙ୍କୁ ସେବା ଯୋଗାଉଛି । ଭୋଡାଫୋନ-ଆଇଡିଆ ଦେଶର ତୃତୀୟ ବଡ ଟେଲିକମ କମ୍ପାନୀ । ଏହି ନିଷ୍ପତ୍ତି ଏମିତି ସମୟରେ ଆସିଛି ଯେତେବେଳେ ଭୋଡାଫୋନ ଆଇଡିଆ ଏଜିଆର ବକେୟା ଟଙ୍କା ପୈଠ କରିବା କେସ୍‌ରେ ଫସି ରହିଛି । ଭୋଡାଫୋନ-ଆଇଡିଆ ଉପରେ ଟେଲିକମ ମନ୍ତ୍ରଣାଳୟର ଏଜିଆର ବକେୟା ୫୦ ହଜାର କୋଟି ଟଙ୍କାରୁ ଅଧିକ ରହିଛି। କମ୍ପାନୀ ବକେୟାରୁ ମାତ୍ର କେଇ କୋଟି ପୈଠ କରିଛି । ହେଲେ ନିକଟରେ ସୁପ୍ରିମକୋର୍ଟ ଟେଲିକମ କମ୍ପାନୀକୁ ସର୍ତ୍ତ ସହିତ ଏଜିଆର ବକୈୟା ପୈଠ କରିବାକୁ ୧୦ ବର୍ଷର ସମୟ ଦେଇଛନ୍ତି ।

Exit mobile version