ସତ୍ୟଶିଖା ୦୩.୦୮.୨୦୨୦ : ଟାଇଫଏଡରେ ଆକ୍ରାନ୍ତ ସ୍ୱାମୀଙ୍କୁ ଧରି ହସ୍ପିଟାଲର ଚକ୍କର କାଟିଲେ ପରିବାର ଲୋକେ । ହୋଇପାରିଲାନି ଚିକିତ୍ସା, ଶେଷରେ ଜୀବନ ହାରିଲେ ସ୍ୱାମୀ । ମୃତ୍ୟୁବରଣ କରିଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ରାଉରକେଲାର ଜଣାଶୁଣା କଣ୍ଠଶିଳ୍ପୀ ସଂଜୟ ତନ୍ତୀ । ପରିବାର ଲୋକଙ୍କ ଅଭିଯୋଗ ଠିକ୍ ସମୟରେ ଚିକିତ୍ସା ନହେବାରୁ ସଂଜୟଙ୍କ ମୃତ୍ୟୁ ହୋଇଗଲା ।
କାନ୍ଦି କାନ୍ଦି ମା କହୁଛି, ମୋ ପୁଅ ଆଉ ଫେରିବନି । କରୋନା କଟକଣା ସମୟରେ ଏହି ଘଟଣାର ବେଶ ଗୁରୁତ୍ୱ ବଢିଯାଇଛି । ରାଉରକେଲାର ସଂଜୟ ତନ୍ତୀ ଟାଏଫଏଡରେ ଆକ୍ରାନ୍ତ ହେବା ପରେ ଘରେ ଚିକିତ୍ସିତ ହେଉଥିଲେ । ଅଧିକ ଅସୁସ୍ଥତା ବଢିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ ପରିବାର ଲୋକେ । ସେଠାରେ ତାଙ୍କୁ ଭର୍ତି ହେବାର ସୁଯୋଗ ମିଳିନଥିଲା । ପରେ ଦ୍ୱିତୀୟ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ କିଛି ପରୀକ୍ଷା ନିରିକ୍ଷା କରିବା ପରେ କୁହାଯାଇଥିଲା, କୋଭିଡ ପ୍ରମାଣ ପତ୍ର ବିନା ଆଡମିଶନ ହୋଇପାରିବ ନାହିଁ । ପରିବାର ଲୋକେ ତାଙ୍କୁ ଆଣି ତୃତୀୟ ଘରୋଇ ହସ୍ପିଟାଲରେ ଆଂଟିଜେନ ଟେଷ୍ଟ କରାଇଥିଲେ । ନେଗେଟିଭ ରିପୋର୍ଟ ଆସିଥିବା ସତ୍ୱେ ତାଙ୍କୁ ଭର୍ତି କରିନଥିଲେ । ପୁଣି ଥରେ ସେମାନେ କୋଭିଡ ରିପୋର୍ଟ ସହିତ ଦ୍ୱିତୀୟ ହସ୍ପିଟାଲକୁ ଫେରିଥିଲେ । ହେଲେ ତଥାପି ହୋଇପାରିଲାନି ଚିକିତ୍ସା ।