ସତ୍ୟଶିଖା (ନୂଆଦିଲ୍ଲୀ) ୨୩/୧୧/୨୦୨୦ : ଆମେରିକା ରାଷ୍ଟ୍ରପତି ନିର୍ବାଚଳର ଫଳାଫଳକୁ ନେଇ ବିବାଦ ଥମିବାର ନାଁ ଧରୁନି । ଗୋଟିଏ ପଟେ ନିର୍ବାଚନ ଫଳାଫଳକୁ ଟ୍ରମ୍ପ ମାନୁନଥିବା ବେଳେ , ଏବେ ରୁଷ୍ ରାଷ୍ଟ୍ରପତି ପୁଟିନ୍ ଏକ ବୟାନ ସାମ୍ନାକୁ ଆସିଛି । ଯାହାକି ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି । ନିଆଁରେ ଘିଅ ପକାଇବା ସଦୃଶ । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ମତରେ , ସେ ଆମେରିକା ନିର୍ବାଚ ଫଳାଫଳାକୁ ମାନୁନାହାନ୍ତି । ଜୋ ବାଇଡେନ୍ ଆମେରିକା ରାଷ୍ଟ୍ରପତି ମାନିବାକୁ ସେ ଅମଙ୍ଗ । କିନ୍ତୁ ସେ ଆଗାମୀ ଦିନରେ ଆମେରିକା ରାଷ୍ଟ୍ରପତିଙ୍କ ସହିତ କାମ କରିବାକୁ ପ୍ରସ୍ତୁତ ବୋଲି ପୁଟିନ୍ କହିଛନ୍ତି । ରୁଷ୍ର ସରକାରୀ ଟିଭି ଚ୍ୟାନେଲକୁ ରାଷ୍ଟ୍ରପତି ପୁଟିନ୍ ଦେଇଥିବା ସାକ୍ଷାତକାରରେ ଏହି କଥା କହିଛନ୍ତି ।
ସାକ୍ଷାତକାରରେ ପୁଟିନ୍ ଆହୁରି ମଧ୍ୟ କହିଛନ୍ତି ଯେ, ଆମେରିକାବାସୀ ଯେଉଁ ଲୋକଙ୍କୁ ନିର୍ବାଚିତ କରିଛନ୍ତି ବା ପସନ୍ଦ କରିଛନ୍ତି । ତାଙ୍କ ସହିତ ଆଗାମୀ ଦିନ କାମ କରିବାକୁ ରୁଷ ପ୍ରସ୍ତୁତ । କିନ୍ତୁ ସେହି ନେତାଙ୍କ ଉପରେ ଆମେରିକାର ବାସୀଙ୍କ ଆସ୍ଥା ଥିବା ଦରକାର। ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ତାଙ୍କୁ ବିଜୟୀ ବୋଲି ମାନୁଥିବା ଦରକାର । ତା’ଛଡ଼ା ସଂପୃକ୍ତ ନେତା ଆଇନସମ୍ମତ ଭାବେ ଏବଂ ବିଧିବଦ୍ଧ ପ୍ରକ୍ରିୟାରେ ନିର୍ବାଚିତ ହୋଇଥିବା ଦରକାର। ଏହାପୂର୍ବରୁ ପୁଟିନ୍ ବାଇଡେନ୍ଙ୍କୁ କଣ ପାଇଁ ଶୁଭେଚ୍ଛା ଜଣାଇନଥିଲେ, ସେନେଇ ଅନେକ କଥା ଉଠିଥିଲା । ଶେଷରେ ନିଜ ରୁଷ ରାଷ୍ଟ୍ରପତି ସମସ୍ତ ଘଟଣା ଉପରୁ ପରଦା ହଟାଇଛନ୍ତି । ବାଇଡେନ୍ଙ୍କୁ ଶୁଭେଚ୍ଛା ଜଣାଇବା ଏକ ଔପଚାରିକତା , ଏହା ପଛରେ କୌଣସି ମନ୍ଦ ଉଦ୍ଧେଶ୍ୟ ନାହିଁ ବୋଲି ପୁଟିନ୍କହିଛନ୍ତି ।