
ସତ୍ୟଶିଖା (ନୂଆଦିଲ୍ଲୀ) ୨୩/୧୧/୨୦୨୦ : ଆମେରିକା ରାଷ୍ଟ୍ରପତି ନିର୍ବାଚଳର ଫଳାଫଳକୁ ନେଇ ବିବାଦ ଥମିବାର ନାଁ ଧରୁନି । ଗୋଟିଏ ପଟେ ନିର୍ବାଚନ ଫଳାଫଳକୁ ଟ୍ରମ୍ପ ମାନୁନଥିବା ବେଳେ , ଏବେ ରୁଷ୍ ରାଷ୍ଟ୍ରପତି ପୁଟିନ୍ ଏକ ବୟାନ ସାମ୍ନାକୁ ଆସିଛି । ଯାହାକି ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି । ନିଆଁରେ ଘିଅ ପକାଇବା ସଦୃଶ । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ମତରେ , ସେ ଆମେରିକା ନିର୍ବାଚ ଫଳାଫଳାକୁ ମାନୁନାହାନ୍ତି । ଜୋ ବାଇଡେନ୍ ଆମେରିକା ରାଷ୍ଟ୍ରପତି ମାନିବାକୁ ସେ ଅମଙ୍ଗ । କିନ୍ତୁ ସେ ଆଗାମୀ ଦିନରେ ଆମେରିକା ରାଷ୍ଟ୍ରପତିଙ୍କ ସହିତ କାମ କରିବାକୁ ପ୍ରସ୍ତୁତ ବୋଲି ପୁଟିନ୍ କହିଛନ୍ତି । ରୁଷ୍ର ସରକାରୀ ଟିଭି ଚ୍ୟାନେଲକୁ ରାଷ୍ଟ୍ରପତି ପୁଟିନ୍ ଦେଇଥିବା ସାକ୍ଷାତକାରରେ ଏହି କଥା କହିଛନ୍ତି ।
ସାକ୍ଷାତକାରରେ ପୁଟିନ୍ ଆହୁରି ମଧ୍ୟ କହିଛନ୍ତି ଯେ, ଆମେରିକାବାସୀ ଯେଉଁ ଲୋକଙ୍କୁ ନିର୍ବାଚିତ କରିଛନ୍ତି ବା ପସନ୍ଦ କରିଛନ୍ତି । ତାଙ୍କ ସହିତ ଆଗାମୀ ଦିନ କାମ କରିବାକୁ ରୁଷ ପ୍ରସ୍ତୁତ । କିନ୍ତୁ ସେହି ନେତାଙ୍କ ଉପରେ ଆମେରିକାର ବାସୀଙ୍କ ଆସ୍ଥା ଥିବା ଦରକାର। ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ତାଙ୍କୁ ବିଜୟୀ ବୋଲି ମାନୁଥିବା ଦରକାର । ତା’ଛଡ଼ା ସଂପୃକ୍ତ ନେତା ଆଇନସମ୍ମତ ଭାବେ ଏବଂ ବିଧିବଦ୍ଧ ପ୍ରକ୍ରିୟାରେ ନିର୍ବାଚିତ ହୋଇଥିବା ଦରକାର। ଏହାପୂର୍ବରୁ ପୁଟିନ୍ ବାଇଡେନ୍ଙ୍କୁ କଣ ପାଇଁ ଶୁଭେଚ୍ଛା ଜଣାଇନଥିଲେ, ସେନେଇ ଅନେକ କଥା ଉଠିଥିଲା । ଶେଷରେ ନିଜ ରୁଷ ରାଷ୍ଟ୍ରପତି ସମସ୍ତ ଘଟଣା ଉପରୁ ପରଦା ହଟାଇଛନ୍ତି । ବାଇଡେନ୍ଙ୍କୁ ଶୁଭେଚ୍ଛା ଜଣାଇବା ଏକ ଔପଚାରିକତା , ଏହା ପଛରେ କୌଣସି ମନ୍ଦ ଉଦ୍ଧେଶ୍ୟ ନାହିଁ ବୋଲି ପୁଟିନ୍କହିଛନ୍ତି । ସାକ୍ଷାତକାର ସମୟରେ ପୁଟିନଙ୍କୁ ପଚରାଯାଇଥିଲା କି ବାେଇଡେନଙ୍କ ବିଜୟ ପରେ ରୁଷ ତରଫରୁ ତାଙ୍କୁ ଶୁଭେଚ୍ଛା କାହିଁକି ଜଣାଯାଇନଥିଲା? ଏହାର ଜବାବରେ ପୁଟିନ କହିଛନ୍ତି ଯେ ଏକ ବିଧିବଦ୍ଧ ପ୍ରକ୍ରିୟା ଯୋଗୁ ଏପରି କରାଯାଇଛି । ଏହା ପଛରେ କିଛି ଅଲଗା ଉଦ୍ଦେଶ୍ୟ ନାହିଁ । ରୁଷର ଏପରି ଆଭିମୁଖ୍ୟ ଯୋଗୁ ଦୁଇ ଦେଶର ସମ୍ପର୍କ ଖରାପ ହେବ ବୋଲି ସେ ଆଶଙ୍କା କରୁଛନ୍ତି କି ବୋଲି ଏକ ପ୍ରଶ୍ନର ଉତ୍ତରରେ ପୁଟିନ କହିଛନ୍ତି ଯେ ଆମେରିକା ଓ ରୁଷର ସମ୍ପର୍କ ପୂର୍ବରୁ ନଷ୍ଟ ହୋଇସାରିଛି । ଏବେ ଆଉ କ’ଣ ଖରାପ ହେବ?
ଏପରି ବୟାନ ଦେଇ ପୁଟିନ ପରୋକ୍ଷ ଭାବେ କହିଛନ୍ତି ଯେପର୍ଯ୍ୟନ୍ତ ଆମେରିକାରେ ଏବେ ରାଷ୍ଟ୍ରପତି ଥିବା ରିପବ୍ଲିକାନ ଦଳର ନେତା ଡୋନାଲ୍ଡ ଟ୍ରମ୍ପ ନିଜର ପରାଜୟ ସ୍ୱୀକାର କରିନାହାନ୍ତି, ସେପର୍ଯ୍ୟନ୍ତ ସେ ବାଇଡେନ ଜିତିଛନ୍ତି ବୋଲି ଗ୍ରହଣ କରିବେ ନାହିଁ । ତାଙ୍କର ଏଭଳି ବୟାନ ଆମେରିକାର ରାଜନୀତିକୁ ଆହୁରି ଉଷ୍ମ କରିଦେଇପାରେ । କାରଣ ଦୁଇ ସପ୍ତାହ ତଳୁ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବାଇଡେନ ବିଜୟୀ ହୋଇଛନ୍ତି ବୋଲି ଜଣାପଡିଥିଲେ ମଧ୍ୟ ଟ୍ରମ୍ପ ଏହାକୁ ଗ୍ରହଣ କରୁନାହାନ୍ତି । ସେ ବାରମ୍ବାର ନିଜେ ନିର୍ବାଚନରେ ଜିତିଛନ୍ତି ବୋଲି ବୟାନ ଦେଇଆସୁଛନ୍ତି । ଟ୍ରମ୍ପ ଅଭିଯୋଗ କରୁଛନ୍ତି, ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟ୍ ନେତାମାନେ ବଡ଼ଧରଣର ଜାଲିଆତି କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଆମେରିକାର ଗୁଇନ୍ଦା ସଂସ୍ଥାର ଅଭିଯୋଗ କରିଥିଲା ଯେ, ରୁଷ ଗତ ୨୦୧୬ ନିର୍ବାଚନରେ ପୁଟିନ୍ ଟ୍ରମ୍ପଙ୍କୁ ସହଯୋଗ କରିଥିଲେ । ଯାହା ଫଳରେ କି ନିର୍ବାଚନରେ ବିଜୟୀ ହୋଇଥିଲା । ଏବେ ଏହି ସବୁ ପ୍ରସଙ୍ଗ ପୁଣି ଥରେ ଉଠିବା ଆଶଙ୍କା କରାଯାଉଛି । ବାଇଡେନ ରାଷ୍ଟ୍ରପତି ହେବା ପରେ ରୁଷ୍ ଉପରେ ଅଧିକ ପ୍ରତିବନ୍ଧକ ଓ ମାନବାଧିକାର ନେଇ ବିବାଦ ବଢିପାରେ ।