
ସତ୍ୟଶିଖା (ନୂଆଦିଲ୍ଲୀ) ୧୬ /୧୦/୨୦୨୦ : ସ୍ୟାଣ୍ଡଲଉଡ ଡ୍ରଗ୍ କେସରେ ଏବେ ସୁଦ୍ଧା ଅନେକ ବଡ଼ ନାଁ ସାମନାକୁ ଆସିଛି । କେତେକ ପେଡଲରଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଏହା ସହିତ ଏହି ମାମଲାରେ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀ ଏବଂ ସଞ୍ଜନା ଗଲରାନିଙ୍କୁ ଗିରଫ କରାଯାଇଥିଲା । କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଜୀବରାଜ ଅଲଭାଙ୍କ ପୁଅ ଆଦିତ୍ୟ ଅଲଭାଙ୍କ ବିରୋଧରେ ମଧ୍ୟ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଗାୟକ ଏବଂ ଅଭିନେତାଙ୍କୁ ଡ୍ରଗ୍ସ ଚାଲାଣ କରିବାର ଅଭିଯୋଗ ରହିଛି ।ଏବେ ସ୍ୟାଣ୍ଡଲଉଡ ଡ୍ରଗସ ମାମଲାରେ ଭାଇ ଆଦିତ୍ୟ ଅଲଭାଙ୍କ କନେକ୍ସନକୁ ଦେଖି ବେଙ୍ଗାଲୁରୁ ସିଟି କ୍ରାଇମ୍ ବ୍ରାଞ୍ଚ ପ୍ରିୟଙ୍କା ଅଲଭା ଓବେରୟଙ୍କୁ ନୋଟିସ୍ ଦେଇଛି ।ବିବେକ ଓବେରୟଙ୍କ ଘରେ ବେଙ୍ଗାଲୁରୁ ପୋଲିସ୍ ଚଢ଼ାଉ କରିଥିଲା । ଏହି ଚଢ଼ାଉ ବିବେକ ଓବେରୟଙ୍କ ଶଳା ଆଦିତ୍ୟ ଅଲଭାଙ୍କ ମାମଲାରେ କରାଯାଇଥିଲା । ବେଙ୍ଗାଲୁରୁ ପୋଲିସ୍ ସର୍ଚ୍ଚ ୱାରେଣ୍ଟ ନେଇ ବିବେକ ଓବେରୟଙ୍କ ଜୁହୁ ସ୍ଥିତ ଘରକୁ ପହଞ୍ଚିଥିଲା ।