

ସତ୍ୟଶିଖା(ଭୁବନେଶ୍ୱର )୩୦.୦୯ .୨୦୨୧: ଭିସୁଟ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୧୨ ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଶ୍ୱବିଦ୍ୟାଳୟ । ଦୁଇ ଛାତ୍ରଙ୍କୁ ଦୁଇ ବର୍ଷ ଏବଂ ୧୦ ଛାତ୍ରଙ୍କୁ ବର୍ଷକ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବହିଷ୍କାର କରିଛନ୍ତି । ଗତ ୨୨ ତାରିଖରେ ପୁଲହ ହଷ୍ଟେଲରେ ଜଣେ ତୃତୀୟ ବର୍ଷର ବିଟେକ ଛାତ୍ର ନିର୍ଯାତନାର ଶିକାର ହୋଇଥିଲେ । ଏହାପରେ ଛାତ୍ରଙ୍କ ପରିବାର ଲୋକେ ର୍ୟାଗିଂ ଅଭିଯୋଗ ଆଣିଥିଲେ । କୁଳପତି ଏ ନେଇ ଏକ ତଦନ୍ତ କମିଟି ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ କମିଟିର ରିପୋର୍ଟ ଆଧାରରେ କୁଳପତି ଦୋଷୀ ଛାତ୍ରଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।