ସତ୍ୟଶିଖା(ଭଦ୍ରକ )୨୦.୦୯ . ୨୦୨୨: ପଞ୍ଚଭୂତରେ ବିଲୀନ ହେଲେ ବିଧାନସଭାର ବିରୋଧୀ ଦଳ ଉପନେତା ତଥା ଧାମନଗରର ବିଜେପି ବିଧାୟକ ବିଷ୍ଣୁ ସେଠୀ । ଗତକାଲି ବିଳମ୍ବିତ ରାତିରେ ଜନ୍ମମାଟି ତିହିଡି ବ୍ଲକ ମଙ୍ଗରାଜପୁର ଗାଁରେ ଦିଆଯାଇଛି ଅନ୍ତିମ ବିଦାୟ ।
ଗତକାଲି ଦିନ ୧୨ଟା୧୫ରୁ ମହାଯାତ୍ରାରେ ଦିବଂଗତ ନେତା ବିଷ୍ଣୁ ଚରଣ ସେଠୀଙ୍କ ମର ଶରୀର ଭଦ୍ରକ ଅଭିମୁଖେ ବାହାରିଥିଲେ ମଧ୍ୟ ତିହିଡିରେ ରାତି ୧୨.୪୦ରେ ପହଞ୍ଚିଥିଲା । ଧାମନଗର ଛକରେ ପହଞ୍ଚିବା ପରେ ଆରମ୍ଭ ହୋଇଥିବା ମୂଷଳ ଧାରର ବର୍ଷା ରାତି ପର୍ଯ୍ୟନ୍ତ ଲାଗି ରହିଥିଲା । ଏହାସତ୍ତ୍ୱେ ବିଷ୍ଣୁ ସେଠୀଙ୍କ ଶେଷ ଦର୍ଶନ କରିବାକୁ ଶହ ଶହ ଲୋକ ରୁଣ୍ଡ ହୋଇଥିଲେ।
ବିଷ୍ଣୁ ବିଧାନସଭାକୁ ଦୁଇଥର ନିର୍ବାଚିତ ହୋଇଥିଲେ । ସେ ଥରେ ଚାନ୍ଦବାଲିରୁ ଓ ଆଉ ଥରେ ଧାମନଗରରୁ ବିଧାନସଭାକୁ ଯାଇଥିଲେ । ୨୦୧୯ରେ ସେ ବିରୋଧୀ ଦଳ ଉପନେତା ହେବା ପରେ ତାଙ୍କ ଦାୟିତ୍ୱ ବଢ଼ିଥିଲା । ଏହାସତ୍ତ୍ୱେ ସେ ତାଙ୍କ ପାରମ୍ପରିକ ଅନ୍ଦାଜକୁ ଛାଡ଼ି ପାରିନଥିଲେ । ଦ୍ୱିତୀୟ ଥର ବିଧାନସଭାକୁ ଆସିବା ପରେ ତାଙ୍କୁ ରାଜ୍ୟ ସରକାର କ୍ୱାର୍ଟର୍ସ ଦେଇନଥିବାରୁ ନବୀନଙ୍କ ଉଦ୍ଦେଶ୍ୟରେ ଗୀତ ଗାଇ ବେଶ୍ ଚର୍ଚ୍ଚାକୁ ଆସିଥିଲେ ସେ । ସେହିଭଳି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ଅବସରରେ ନିଜେ ଲେଖିଥିବା ଏକ କବିତାକୁ ବନ୍ଧେଇ କରି ଉପହାର ଦେଇଥିଲେ । ଏଥିରେ ସେ ରାଇରଙ୍ଗପୁରରୁ ରାଇସିନା ହିଲ୍ସ ପର୍ଯ୍ୟନ୍ତ ଯାତ୍ରାକୁ ସୁନ୍ଦର ଶବ୍ଦରେ ସଜାଇଥିଲେ ।
ସୂଚନାଯୋଗ୍ୟ, ବିଷ୍ଣୁ ସେଠୀ ପ୍ରାୟ ବର୍ଷେ ହେଲା କିଡନୀ ରୋଗରେ ପୀଡ଼ିତ ଥିଲେ। ତାଙ୍କର ନିୟମିତ ଡାଇଲିସିସ୍ ଚାଲିଥିଲା। ତେବେ ମାସକ ତଳେ ତାଙ୍କର ଲଙ୍ଗ୍ସ ସଂକ୍ରମଣ ଓ ବ୍ରେନ୍ ଷ୍ଟ୍ରୋକ୍ ହେବାରୁ ତାଙ୍କୁ ICUରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସକାଳ ପ୍ରାୟ ୭ଟା ୪୫ ମିନିଟ୍ରେ ହୃଦଘାତରେ ତାଙ୍କ ଦେହାନ୍ତ ହୋଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ବିଷ୍ଣୁ ସେଠୀଙ୍କ ଅନ୍ତିମ ଦର୍ଶନ କରିବା ନିମନ୍ତେ ଏମ୍ସ ହସ୍ପିଟାଲରେ ଶାସକ ତଥା ବିରୋଧୀଙ୍କ ଭିଡ଼ ଜମିଥିଲା। ରାଜ୍ୟ ରାଜନୀତିରେ ବିଜେଡି ସରକାରଙ୍କର ଜଣେ କଡା ସମାଲୋଚକ ଭାବେ ପରିଚିତ ବିଷ୍ଣୁ ସେଠୀ ଜଣେ ସାହିତ୍ୟିକ ଭାବେ ମଧ୍ୟ ବେଶ୍ ସୁଖ୍ୟାତି ଅର୍ଜନ କରିଥିଲେ।ବର୍ଷ ଭିଜା ରାତିରେ ନିଜର ପ୍ରିୟନେତାଙ୍କୁ ଶେଷ ଦର୍ଶନ ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ପ୍ରଶଂସକ, ସମ୍ପର୍କୀୟ ଓ ପରିବାର ସଦସ୍ୟ । ଏକମାତ୍ର ପୁଅ ସୂରଜ ବାପା ବିଷ୍ଣୁ ସେଠୀଙ୍କ ମରଶରୀରରେ ମୁଖାଗ୍ନି ଦେଇଥିଲେ । ଏହି ଦୁଃଖଦ ସମୟରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିଜେପି ନେତା ମନମୋହନ ସାମଲ, ବିଧାୟକ ମୋହନ ଚରଣ ମାଝି, ବିଧାୟକ ନାଉରୀ ନାୟକ, ବିଧାୟକ ଭାସ୍କର ମଡେଇ, ବିଧାୟକ ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ରହିଥିଲେ ।
-
ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସରେ ପାଳନ ହେବ ରାଗିଂ ମୁକ୍ତ କ୍ୟାମ୍ପସ ଦିନ । -
ଜମ୍ମୁ-କଶ୍ମୀରର ବିଭିନ୍ନ ଅଞ୍ଚଳରେ “ଆଜାଦୀ କା ଅମୃତ ମହୋତ୍ସବ” ଅନ୍ତର୍ଗତ “ହର ଘର ତ୍ରିରଙ୍ଗା” ଅଭିଯାନରେ ତ୍ରିରଙ୍ଗା ରାଲି କରାଯାଉଛି । -
ନିର୍ଦ୍ଧାରିତ ୩୧ ତାରିଖରେ ହୋଇନପାରେ OTETର ସାନି ପରୀକ୍ଷା। -
ଆଜି ବିଶ୍ବ ହସ୍ତୀ ଦିବସ । -
ଆଜି ସଂସଦରେ ଉପସ୍ଥାପିତ ହେବ ନୂଆ ଆୟକର ବିଧେୟକ। -
ସୋମବାର ପଶ୍ଚିମ ତୁର୍କୀରେ ବାଲିକେସିର ପ୍ରଦେଶରେ ୬.୧ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। -
ଦାୟିତ୍ବ ନେଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । -
ଆଜିଠୁ ଆରବ ସାଗରରେ ଉଭୟ ଭାରତ ଓ ପାକିସ୍ତାନର ନୌସେନା ସମରାଭ୍ୟାସ । -
ସେନାଙ୍କୁ ମିଳିବ ପ୍ରଥମ ସ୍ବଦେଶୀ ମିଡିୟମ୍ ମେସିନ୍ ଗନ୍- MMG। -
ଖୁବଶୀଘ୍ର ଭାରତ ଆସିବେ ରୁଷିଆ ରାଷ୍ଟ୍ରପତି ପୁଟିନ ।