ବାଂଲାଦେଶରେ ପୁଣି ହିଂସା

ସତ୍ୟଶିଖା : ୦୬/୦୨/୨୦୨୫ : ଆଜି ଆୱାମୀ ଲିଗ୍ ର ଦେଶ ବ୍ୟାପୀ ପ୍ରଦର୍ଶନ । ରାଜଧାନୀ ଢାକା ସମେତ ଅନେକ ସହରରେ ହିଂସା । ବଙ୍ଗବନ୍ଧୁ ଶେଖ ମୁଜୀବୁର ରେହମାନଙ୍କ ଘର ଜାଳିଦେଲେ ପ୍ରଦର୍ଶନକାରୀ ।

ସୂଚନା ଥାଉକି, ପୁଣି ଅଶାନ୍ତ ବାଂଲାଦେଶ ରାଜଧାନୀ ଢାକା । ରାତିରେ ହାସିନା ବିରୋଧୀଙ୍କ ତୁମୁଳକାଣ୍ଡ। ବଙ୍ଗବନ୍ଧୁ ମୁଜିବୁର ରେହମାନଙ୍କ ଧାନମଣ୍ଡି-୩୨ ସ୍ଥିତ ଘରେ ନିଆଁ ଲଗାଇଦେଲେ ଆନ୍ଦୋଳନକାରୀ । ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ବାପା ତଥା ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ଶେଖ୍ ମୁଜିବୁର ରହମାନଙ୍କ ଘର ତଥା ମେମୋରିଆଲ୍ ମ୍ୟୁଜିୟମରେ ନିଆଁ ଲଗାଯିବା ସହ ଭଙ୍ଗାରୁଜା ହୋଇଛି।

ବୁଧବାର ରାତିରେ ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ଏକାଠି ହୋଇ ଫାଟକ ପଟେ ଧସେଇ ପଶିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । କହିବାକୁ ଗଲେ ହସିନାଙ୍କ ଏକ ଅନଲାଇନ୍ ଅଭିଭାଷଣକୁ ବିରୋଧ କରି ଏହି ହିଂସାକାଣ୍ଡ ହୋଇଛି। ହାସିନାଙ୍କ ଦଳ ଆୱାମୀ ଲିଗ୍ ବ୍ୟାନ୍ କରିବା ଦାବିରେ ବୁଲଡୋଜର୍ ଶୋଭାଯାତ୍ରା ପାଇଁ ସୋସିଆଲ ମିଡିଆରେ ଆହ୍ବାନ ଦେଇଥିଲେ ଆନ୍ଦୋଳନକାରୀ । ଏହାପରେ ବୁଲଡୋଜର ଚଢ଼ାଇ ମୁଜିବୁରଙ୍କ ବାସଭବନ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ।

୭୭ ବର୍ଷୀୟା ଶେଖ୍ ହାସିନା ଗତବର୍ଷ ଅଗଷ୍ଟ ୫ରେ ଢାକା ଛାଡ଼ିବା ପରେ ଭାରତରେ ରହିଆସୁଛନ୍ତି । ବାଂଲାଦେଶରେ ତାଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି । ତେବେ ଏବେ ବଡ଼ ପ୍ରଶ୍ନ ଦ୍ରୋହର ନିଆଁରେ ଜଳୁଥିବା ବାଂଲାଦେଶରେ କେବେ ଫେରିବ ଶାନ୍ତି ? ଅସ୍ଥିର, ଅଶାନ୍ତ, ହିଂସାରେ ଲାଗିବ କି ଲଗାମ ? ଆୟତ୍ତରେ ଆସିବ କି ଅଣାୟତ ସ୍ଥିତି ? ସୁଧୁରିବ କି ଦେଶରେ ସୀମା ଲଙ୍ଘିଥିବା ଅରାଜକତା ?

Exit mobile version