ସତ୍ୟଶିଖା (ରାୟପୁର) ୨୩/୧୦/୨୦୨୦ : ଜଣେ ମହିଳା ହୋମଗାର୍ଡ଼ ପଡ଼ିଶାରେ ରହୁଥିବା ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ନିଜ ଘରକୁ ଶୋଇବାକୁ ଡାକିଥିଲେ । ଏଠାରେ ତାଙ୍କ ସ୍ବାମୀ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା । ଏହି ଲଜ୍ଜାଜନକ ଘଟଣା ଘଟିଛି ଛତିଶଗଡ଼ର ଅମ୍ବିକାପୁର ଜିଲ୍ଲାରେ । ଯୁବତୀଙ୍କଠୁ ମାମଲା ବିଷୟରେ ଜାଣିବା ପରେ ହୋମଗାର୍ଡ଼ ଏବଂ ତାଙ୍କ ସ୍ବାମୀକୁ ଗିରଫ କରି ଜେଲ୍ ପଠାଯାଇଛି । ମହିଳା ହୋମଗାର୍ଡ଼ଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବିଷୟରେ ମଧ୍ୟ କୁହାଯାଉଛି ।
ଭିଲିଆନ୍ ଲେଡି ହୋମଗାର୍ଡ଼
