ଅପରାଧନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟ

ଭିଲିଆନ୍ ଲେଡି ହୋମଗାର୍ଡ଼

ସତ୍ୟଶିଖା (ରାୟପୁର) ୨୩/୧୦/୨୦୨୦ : ଜଣେ ମହିଳା ହୋମଗାର୍ଡ଼ ପଡ଼ିଶାରେ ରହୁଥିବା ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ନିଜ ଘରକୁ ଶୋଇବାକୁ ଡାକିଥିଲେ । ଏଠାରେ ତାଙ୍କ ସ୍ବାମୀ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା । ଏହି ଲଜ୍ଜାଜନକ ଘଟଣା ଘଟିଛି ଛତିଶଗଡ଼ର ଅମ୍ବିକାପୁର ଜିଲ୍ଲାରେ । ଯୁବତୀଙ୍କଠୁ ମାମଲା ବିଷୟରେ ଜାଣିବା ପରେ ହୋମଗାର୍ଡ଼ ଏବଂ ତାଙ୍କ ସ୍ବାମୀକୁ ଗିରଫ କରି ଜେଲ୍ ପଠାଯାଇଛି । ମହିଳା ହୋମଗାର୍ଡ଼ଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବିଷୟରେ ମଧ୍ୟ କୁହାଯାଉଛି ।ଅଭିଯୁକ୍ତ ମହିଳା ହୋମଗାର୍ଡ଼ ଅକ୍ଟୋବର ୨୦ତାରିଖ ରାତିରେ ନିଜ ପଡ଼ିଶାରେ ରହୁଥିବା ଯୁବତୀଙ୍କୁ ନିଜ ଘରେ ଶୋଇବା କଥା କହି ଡାକିଥିଲେ । ମହିଳା ହୋମଗାର୍ଡ଼ ତାଙ୍କୁ କହିଥିଲେ ଯେ ସେ ଘରେ ଏକୁଟିଆ ଅଛନ୍ତି,ଆଜି ରାତିରେ ସେ ତାଙ୍କ ପାଖରେ ଶୋଇବାକୁ ଆସନ୍ତୁ । ଯେତେବେଳେ ଯୁବତୀ ତାଙ୍କ ଘରକୁ ଆସିଥିଲେ ସେତେବେଳେ ଘରେ ବିଦ୍ୟୁତ୍ ନଥିଲା । ପୀଡ଼ିତା ଯୁବତୀ ତାଙ୍କୁ ଏବିଷୟରେ ପଚାରିବାରୁ ବିଦ୍ୟୁତ ନଥିବା କଥା ମହିଳା ହୋମଗାର୍ଡ଼ କହିଥିଲେ । ଏହି ସମୟରେ ମହିଳାଙ୍କ ସ୍ବାମୀ ତାଙ୍କ ସାମନାରେ ହିଁ ଯୁବତୀଙ୍କୁ ଟାଣି ଆଣି ଦୁଷ୍କର୍ମ କରିଥିଲା ।କାନ୍ଦି କାନ୍ଦି ଯୁବତୀ ମଣିପୁର ଥାନା ପହଞ୍ଚିଥିଲେ ଏବଂ ମାମଲା ରୁଜୁ କରିଥିଲେ । ପୋଲିସ୍ ମହିଳା ହୋମଗାର୍ଡ଼ ଏବଂ ତାଙ୍କ ସ୍ବାମୀକୁ ଗିରଫ କରି ଆଇପିସିର ଧାରା ୩୭୬,୩୪୨,୩୫୪ ଏବଂ ୫୦୬ ଅନୁସାରେ ମାମଲା ରୁଜୁ କରିଥିଲା । ପୋଲିସ୍ ଉଭୟଙ୍କୁ କୋର୍ଟରେ ହାଜର କରାଇଥିଲା ଯେଉଁଠାରୁ ଉଭୟଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା ।

Show More
Back to top button