ରାଜ୍ୟଶିକ୍ଷା

ଆଜିଠୁ କଲେଜ, ବିଶ୍ଵ ବିଦ୍ୟାଳୟ ଆସିବେ ସବୁ କର୍ମଚାରୀ

ସତ୍ୟଶିଖା(ଭୁବନେଶ୍ୱର) ୦୬ .୦୭.୨୦୨୧: ଭୁବନେଶ୍ୱର: ଧିରେ ଧିରେ କମୁଛି କରୋନା ସଂକ୍ରମଣ । କୋହଳ ହେଉଛି ଲକଡ଼ାଉନ୍‌ କଟକଣା । ଏହାରି ଭିତରେ ସୋମବାର ଉଚ୍ଚଶିକ୍ଷା ବିଭାଗ ଜାରି କରିଛି ନୂଆ ନିର୍ଦ୍ଦେଶନାମା । ଏଣିକି କଲେଜ ଓ ବିଶ୍ୱବିଦ୍ୟାଳୟ ଆସିବେ ସବୁ କର୍ମଚାରୀ । ମଙ୍ଗଳବାର ଅର୍ଥାତ ଆଜିଠୁ ସମସ୍ତ ଟିଚିଂ ଓ ନନ ଟିଚିଂ ଷ୍ଟାଫ୍‌ ଡ଼ିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଆସି କାମରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ଆଗକୁ ଅଣ୍ଡର ଗ୍ରାଜୁଏଟ୍‌ ଓ ପୋଷ୍ଟ ଗ୍ରାଜୁଏଟ୍‌ ପରୀକ୍ଷା ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ୫୦% କର୍ମଚାରୀଙ୍କୁ ନେଇ କେବଳ ଅଫିସିଆଲ କାମ କରାଯାଉଥିଲା । ହେଲେ ଏବେ ସବୁ କର୍ମଚାରୀ କାମରେ ଯୋଗଦେବା ପାଇଁ ସୋମବାର ବିଶ୍ୱବିଦ୍ୟାଳୟ କୂଳପତି ଓ ଡ଼ିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର । କରୋନା କଟକଣା ମାନି ମାସ୍କ ପିନ୍ଧି ସାମାଜିକ ଦୂରତା ରଖି କାର୍ଯ୍ୟ କରିବେ କର୍ମଚାରୀ ।

Show More
Back to top button