ସତ୍ୟଶିଖା (କଳହାଣ୍ଡି) ୩୧/୧୨/୨୦୨୦ : କୋଟିପତି ଡ୍ରାଇଭର ଗିରଫ । କଳହାଣ୍ଡି କୁସୁମଖୁନଟି ଇନ୍ଦ୍ରାବତୀ ଡିଭିଜନର ପୁର୍ବତନ ଡ୍ରାଇଭର ରମେଶ ଚନ୍ଦ୍ର ପଣ୍ଡାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ କରିଥିଲା ଭିଜିଲାନ୍ସ । ଏହି ଚଢାଉରେ ଭିଜିଲାନ୍ସକୁ ପ୍ରାୟ ୨ କୋଟି ୨୦ ଲକ୍ଷ ଟଙ୍କାର ସଂପତ୍ତି ମିଳିଛି । ଖବର ଅନୁଯାୟୀ, ବୁଧବାର ଦିନରୁ ଚଢାଉ ଆରମ୍ଭ କରି ବିଳମ୍ବିତ ରାତ ପର୍ଯ୍ୟନ୍ତ ଚାଲିଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳହାଣ୍ଡି କୁସୁମଖୁନଟି ଇନ୍ଦ୍ରାବତୀ ଡିଭିଜନର ପୁର୍ବତନ ଡ୍ରାଇଭରଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ । ତେବେ ଚଢାଉର ନେତୃତ୍ୱ ନେଉଥିବା ମାଲକାନଗିରି ଭିଜିଲାନ୍ସ ଡିଏସପିଙ୍କ ବୟାନ ଅନୁଯାୟୀ, ରମେଶ ଚନ୍ଦ୍ର ପଣ୍ଡାଙ୍କ ସମ୍ପତିର ଆନୁମାନିକ ମୁଲ୍ୟ ୨ କୋଟି ୨୦ ଲକ୍ଷ ଟଙ୍କା ହେବ ।
କୋଟିପତି ଡ୍ରାଇଭର ଗିରଫ ସିଜ୍ କଲା ଭିଜିଲାନ୍ସ
