ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ରାଉରକେଲାରେ ମାସ୍କ ବାଧ୍ୟତାମୂଳକ

ସତ୍ୟଶିଖା( ରାଉରକେଲା )୨୦.୦୭ . ୨୦୨୨: ରାଉରକେଲା ମହାନଗରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ମାସ୍କ ବାଧ୍ୟତାମୂଳକ ନେଇ କମିଶନର ଶୁଭଙ୍କର ମହାପାତ୍ରଙ୍କ ସୂଚନା । ସର୍ବସାଧାରଣ ସ୍ଥାନ ଓ ଦୋକାନ ବଜାର ଯିବା ବେଳେ ମାସ୍କ ପିନ୍ଧିବା କୁ ପରାମର୍ଶ ଦିଆଯାଇଛି । ପ୍ରଥମେ ଲୋକମାନଙ୍କୁ ସଚେତନ କରାଯିବ କହିଲେ କମିଶନର । ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମ ମାନିବାକୁ ନିର୍ଦ୍ଦେଶ ଦିଆଯାଉଛି । ରାଜଧାନୀ ଭୁବନେଶ୍ୱର ପରେ କଟକ ଏବଂ ବ୍ରହ୍ମପୁର ରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବା ପରେ ଏବେ ରାଉରକେଲା ମହାନଗରରେ ମଧ୍ୟ ନିୟମକୁ କଡାକଡି କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୨୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୫୮ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୬୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୬୪ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୧୯୯୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

Show More
Back to top button