

ସତ୍ୟଶିଖା ( ନୂଆପଡା )୦୨.୦୨.୨୦୨୨: ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ଅଧିକାରୀ । ନୂଆପଡା ସହକାରୀ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଭିଜିଲାନ୍ସ ରେଡ୍ । ଏକକାଳୀନ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।
ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆପଡା ସହକାରୀ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଭିଜିଲାନ୍ସ ରେଡ୍ ହୋଇଛି । ନୂଆପଡା ସମେତ ଏକକାଳୀନ ୬ଟି ସ୍ଥାନରେ ଚଢାଉ ଜାରି । ତେବେ ଚଢାଉ ହେଉଥିବା ସ୍ଥାନ ଗୁଡ଼ିକ ମଧ୍ୟରେ ନୂଆପଡା ସ୍ଥିତ ଅଫିସ, ନୂଆପଡାସ୍ଥିତ ଭଡା ଘର, କଟକ ମଧୁପାଟଣା ସ୍ଥିତ ବାସଭବନ,କଟକ ଚାଉଳିଆଗଞ୍ଜ ସ୍ଥିତ ୩ ମହଲା ବିଶିଷ୍ଟ ଘର, କଟକ ବାଲିସାହି ସ୍ଥିତ ନଟରାଜ ପ୍ୟାଲେସ ମଣ୍ଡପ, ଚୌଦ୍ବାର ସ୍ଥିତ ୩ ଏକର ଜମି ରହିଛି ।
ତେବେ ଆଜିର ଏହି ଚଢାଉରେ ୬ଟି ଟିମ୍ରେ ୬ ଜଣ ଡିଏସ୍ପି, ୧୩ ଜଣ ଇନସ୍ପେକ୍ଟର ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଇନ୍ସୁରାନ୍ସ ପ୍ରିମିୟମ, ବିଭିନ୍ନ ସ୍ଥାନରେ ଘର ଓ ଜମି, ୪୯୮ ଗ୍ରାମ୍ ସୁନା , ୨.୫ କେଜି ରୁପା ଗହଣା ଜବତ ହୋଇଛି । ଏବେବି ଚଢାଉ ଜାରି ରହିଛି ।