

ସତ୍ୟଶିଖା ୨୧/୦୧/୨୦୨୧ : ନବରଙ୍ଗପୁର ଜିଲା ଉମରକୋଟ ଅନ୍ତର୍ଗତ ସିଙ୍ଗିଶାରୀ ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ଗୁରୁବାର ଜଣାପଡ଼ିଛି । ଆୟ ବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଜିଆରଏସ ହିମାଂଶୁ ବାଘଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷ ୮୩ ହଜାର ଟଙ୍କା ଜବତ ହୋଇଛି ବୋଲି ସୂଚନା ମିଳିଛି । ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ ।