ଅପରାଧରାଜ୍ୟ

ବଡଗାଁ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ସତ୍ୟଶିଖା(ସୁନ୍ଦରଗଡ) ୦୯.୦୩.୨୦୨୧: ସୁନ୍ଦରଗଡ ଜିଲା ବଡଗାଁ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢାଉ କରାଯାଇଥିବା ନେଇ ଖବର ମିଳିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ପର୍ଶୁରାମ ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରହିଛି। ସହକାରୀ ଯନ୍ତ୍ରୀଙ୍କ ଲେଫ୍ରିପଡା ପୈତୃକ ଘର, ବଡଗାଁ କାର୍ଯ୍ୟାଳୟ, ରଙ୍ଗାଢିପା ଘରେ ଚଢାଉ କରାଯାଇଛି। ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

Show More
Back to top button