ଅପରାଧରାଜ୍ୟ

ଭିଜିଲାନ୍ସ ହାତରେ ପଡିଛି ନୂଆ ଶିକାର ଘରୋଇ ଇଞ୍ଜିନିୟରିଂ କଲେଜର ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ

ସତ୍ୟଶିଖା (ଭୁବନେଶ୍ୱର) ୨୩/୧୧/୨୦୨୦ : ଭିଜିଲାନ୍ସ ଜାଲରେ ସହକାରୀ ଅଧ୍ୟାପକ । ଭୁବନେଶ୍ୱର ସ୍ଥିତ ଘାଟିକିଆ ସ୍ଥିତ ଘରୋଇ ଇଞ୍ଜିନିୟରିଂ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ପ୍ରସନ୍ନ କୁମାର ମିଶ୍ର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି ।

ଭୁବନେଶ୍ୱର ଖଣ୍ଡଗିରି ବାରୀ ସ୍ଥିତ ବାସଭବନ ପ୍ଲଟ୍ ନଂ-୧୨୧୫/୧୪୦୦ବିରେ ଭିଜିଲାନ୍ସ ଟିମ୍ ପକ୍ଷରୁ ରେଡ୍‌ ଚାଲିଛି । ଭିଜିଲାନ୍ସ ବିଭାଗର ଏକ ଟିମ୍ ପ୍ରସନ୍ନଙ୍କ ଘର ଛାନଭିନ୍ ଚଳାଇଛି । ଛାନଭିନ୍ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ସେଗୁଡିକର ଛାନଭିନ୍ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ତାଙ୍କର ଏକାଧିକ ବ୍ୟାଙ୍କରେ ଆକାଉଣ୍ଟ ରହିଥିବା ଜଣାପଡିଛି । ତେବେ ମୋଟ୍ କେତେ ଟଙ୍କା ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Show More
Back to top button